ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ବରଗଡ଼ ନୟାଗଡ଼ ଗଞ୍ଜାମ

Tirtol Theft case: ତିର୍ତ୍ତୋଲରେ ଚୋରି ଘଟଣାର ପର୍ଦ୍ଦାଫାଶ, ୨ ଗିରଫ

Tirtol Theft case: ତିର୍ତ୍ତୋଲରେ ଚୋରି ଘଟଣାର ପର୍ଦ୍ଦାଫାଶ, ୨ ଗିରଫ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ଦୁଇଟି ଚୋରା ବାଇକ୍‌ ସହ ବିପୁଳ ପରିମାଣର ଗ୍ରୋସରି ସାମଗ୍ରୀ ଜବତ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଘଟିଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ତିର୍ତ୍ତୋଲ ପୁଲିସ। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦୁଇଟି ଚୋରା ମୋଟରସାଇକେଲ ଓ ବିପୁଳ ପରିମାଣର ଗ୍ରୋସରି ସାମଗ୍ରୀ ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ, ତରଜଙ୍ଗା ଗ୍ରାମର ସୁଶାନ୍ତ କୁମାର ଗୋଛାୟତ (୪୨), ପିତା ବଟକୃଷ୍ଣ ଗୋଛାୟତଙ୍କ ଲିଖିତ ଅଭିଯୋଗ ଆଧାରରେ ତିର୍ତ୍ତୋଲ ଥାନାରେ କେସ୍ ନଂ ୫୦୧, ତାରିଖ ୧୭.୧୧.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୧(୪)/୩୦୫(କ) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ କରି ପୁଲିସ ତରଜଙ୍ଗା ଗ୍ରାମର ବୃନ୍ଦାବନ ଦାସଙ୍କ ପୁଅ ବାସୁଦେବ ଦାସ ଏବଂ ବାଲିପାଟଣା ଗ୍ରାମର ବିଜୟ କୁମାର ଲେଙ୍କାଙ୍କ ପୁଅ ସରୋଜ କୁମାର ଲେଙ୍କା ଓରଫ ତୋଫାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାସୁଦେବ ଦାସଙ୍କ ନିକଟରୁ ଓଡି-୨୧-ଟି-୩୯୧୨ ନମ୍ବର ବିଶିଷ୍ଟ ଏକ ମୋଟରସାଇକେଲ ଏବଂ ସରୋଜ କୁମାର ଲେଙ୍କାଙ୍କ ନିକଟରୁ ଓଡି-୨୧-ଏସ୍-୩୪୦୭ ନମ୍ବର ବିଶିଷ୍ଟ ଅନ୍ୟ ଏକ ମୋଟରସାଇକେଲ ଜବତ କରାଯାଇଛି। ସେହିପରି ବାସୁଦେବ ଦାସଙ୍କ ନିକଟରୁ ୩୦ କିଲୋଗ୍ରାମ ଆଶୀର୍ବାଦ ଅଟା, ୧୭ କିଲୋଗ୍ରାମ ଆମୁଲ୍‌ ସାମଗ୍ରୀ, ୪୦ କିଲୋଗ୍ରାମ ଡାଲି, ୫ କିଲୋଗ୍ରାମ ଅଦା, ୫ କିଲୋଗ୍ରାମ ରସୁଣ, ୫ କିଲୋଗ୍ରାମ ପିଆଜ, ୪ କିଲୋଗ୍ରାମ ହର୍ଲିକ୍ସ, ୪୦୦ ମିଲିଲିଟର ମିଲ୍କମୋ, ୬ ପ୍ୟାକେଟ୍ ଚାହା, ୩୦ଟି ସାବୁନ, ୧୨ କିଲୋଗ୍ରାମ ହଳଦୀ ଗୁଣ୍ଡ ଏବଂ ୩ କିଲୋଗ୍ରାମ ଚାହା ଜବତ ହୋଇଛି। ଉଭୟ ଗିରଫ ଅଭିଯୁକ୍ତ ବର୍ତ୍ତମାନ ତିର୍ତ୍ତୋଲ ଥାନାରେ ଅଟକ ଥିବାବେଳେ ଆସନ୍ତାକାଲି ସେମାନଙ୍କୁ ମାନ୍ୟବର ଅଦାଲତରେ ହାଜର କରାଯିବ ବୋଲି ତିର୍ତ୍ତୋଲ ଥାନା ପକ୍ଷରୁ ସୂଚନା ମିଳିଛି।

Tirtol Theft case: ତିର୍ତ୍ତୋଲରେ ଚୋରି ଘଟଣାର ପର୍ଦ୍ଦାଫାଶ, ୨ ଗିରଫ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Dhanoharbelari Village Cyclone Shelter: ଧନୋହରବେଳାରୀ ଗ୍ରାମର ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯାଉଛି