ଅଭିଳାଷ ମହାନନ୍ଦିଆ/ରାୟଗଡ଼/ସମୀକ୍ଷା ନ୍ୟୁଜ:
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତରେ ଅବସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଆଭାସୀ ମଧ୍ୟରେ ଦିଲ୍ଲୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି।କଲ୍ୟାଣସିଂହପୁର ରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ଅତିରିକ୍ତ ତହସିଲଦାର ଅନାଦି ଶବର,(କ) ଜୋନ ର ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀ, (ଖ) ଜୋନ ର ସଭାପତି ଅନିଲ କୁମାର ଜାଡ଼ି, ସହକାରୀ ଯନ୍ତ୍ରୀ କ୍ଷୀରୋଦ କାଲ, ସମିତି ସଦସ୍ୟା କୁନାକା ପଦ୍ମା,ସଂମ୍ମାନିତ ଅତିଥିଭାବେ ମଞ୍ଚାସିନ ରହିଥିଲେ। କାର୍ଯ୍ୟକ୍ରମ ରେ ସହକାରୀ ଯନ୍ତ୍ରୀ କ୍ଷୀରୋଦ କାଲ ସଭାପତିତ୍ୱ କରିଥିଲେ। ଆଦିବାସୀନେତା ବିର୍ସା ମୁଣ୍ଡା ଙ୍କ ଜୟନ୍ତି ଅବସରରେ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟ କୁ ଉଦଘାଟନ କରିଥିଲେ।ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଉଦଘାଟନ କରାଯାଇଛି ।ଏହି ବିଦ୍ୟାଳୟ ମାଧ୍ୟମରେ ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ଓ ଉତ୍ତମ ଭବିଷ୍ୟତ ଗଢ଼ିବାର ସୁଯୋଗ ପାଇପାରିବେ ।ଶିକ୍ଷା ସହିତ ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୃଙ୍ଖଳାକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ହିଁ ଏହି ବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟ।ଆଦିବାସୀ ଅଞ୍ଚଳରେ ଶିକ୍ଷାର ଆଲୋକ ପହଞ୍ଚାଇବା ଦିଗରେ ଏକଲବ୍ୟ ବିଦ୍ୟାଳୟର ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ। କାର୍ଯ୍ୟକ୍ରମ କୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବଙ୍ଗାରୀ ପରିଚାଳନା କରିଥିବା ବେଳେ ବ୍ଲକ କର୍ମଚାରି ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ଶିରିପୁର ଏସ ଏସ ଡି ବିଦ୍ୟାଳୟ ର ଶିକ୍ଷକ ଗୁରୁପ୍ରସାଦ ପବିତ୍ର ମୋହନ ମଞ୍ଚ ପରିଚାଳନା କରିଥିଲେ।






