ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ନୂଆପଡ଼ା ବରଗଡ଼ ନୟାଗଡ଼

Massive rally for Mundari language :ମୁଣ୍ଡାରୀ ଭାଷାର ମାନ୍ୟତା ଦାବିରେ ବାରିପଦାରେ ବିଶାଳ ମହାରାଲି

Massive rally for Mundari language :ମୁଣ୍ଡାରୀ ଭାଷାର ମାନ୍ୟତା ଦାବିରେ ବାରିପଦାରେ ବିଶାଳ ମହାରାଲି – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୧୫/୧୧/୨୬ -ଭଗବାନ ବୀର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ମୁଣ୍ଡାରୀ ଭାଷା ସମନ୍ୱୟ ସମିତି (MLCC) ପକ୍ଷରୁ ଆଜି ବାରିପଦାରେ ଏକ ବିଶାଳ ଜନସମାବେଶ ଓ ମହାରାଲି ଆୟୋଜିତ ହୋଇଥିଲା । ସକାଳ ୧୦ଟାରେ ଆସ୍ତିଆସ୍ଥିତ ବୀର୍ସା ମୁଣ୍ଡା ଛକରୁ ଆରମ୍ଭ ହୋଇଥିବା ଏହି ରାଲି କେ.ସି. ସର୍କଲ ଓ ମୁଖ୍ୟ ବଜାର ରାସ୍ତା ଦେଇ ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ମୟୂରଭଞ୍ଜର ବିଭିନ୍ନ ବ୍ଲକ୍ ସମେତ ଅନ୍ୟ ଅଞ୍ଚଳରୁ ହଜାର ହଜାର ମୁଣ୍ଡା ସମାଜର ଲୋକ, ଭାଷାପ୍ରେମୀ, ଯୁବକ ଓ ସାମାଜିକ ସଂଗଠନର ପ୍ରତିନିଧି ଏଥିରେ ଯୋଗଦେଇଥିଲେ । ମୁଣ୍ଡାରୀ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ଏବଂ ଓଡ଼ିଶାର ଦ୍ୱିତୀୟ ରାଜ୍ୟଭାଷା ଭାବେ ସ୍ୱୀକୃତି ପ୍ରଦାନ କରିବା ଏହି ମହାରାଲିର ମୁଖ୍ୟ ଦାବି ଥିଲା । ମୁଣ୍ଡାରୀ ଏକ ପ୍ରାଚୀନ ଆଦିବାସୀ ଭାଷା ହୋଇଥିବାରୁ ଏହାର ସାମ୍ବିଧାନିକ ଓ ରାଜ୍ୟସ୍ତରୀୟ ମାନ୍ୟତା ଆଦିବାସୀ ସମାଜର ଭାଷାଗତ ପରିଚୟ, ସାଂସ୍କୃତିକ ଅସ୍ମିତା ଓ ଅଧିକାର ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ବୋଲି ସମିତି ପକ୍ଷରୁ ଦାବି କରାଯାଇଥିଲା । କଲେକ୍ଟରେଟ୍ ଠାରେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଦୁଇଟି ପୃଥକ୍ ଦାବିପତ୍ର ପ୍ରେରଣ କରାଯାଇଥିଲା । ପ୍ରଥମ ଦାବିପତ୍ରରେ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା । ଦ୍ୱିତୀୟ ଦାବିପତ୍ରରେ ମୁଣ୍ଡାରୀ ଭାଷାକୁ ଓଡ଼ିଶାର ଦ୍ୱିତୀୟ ରାଜ୍ୟଭାଷା ଭାବେ ସ୍ୱୀକୃତି ଦେବା, ଏହାର ଶିକ୍ଷା, ପ୍ରଚାର, ପ୍ରସାର ଓ ସରକାରୀ ସ୍ତରରେ ବ୍ୟବହାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରାଯାଇଥିଲା MLCCର କେନ୍ଦ୍ରୀୟ ଆବାହକ ଶ୍ରୀ ବୀରବଲ ସିଂହଙ୍କ ନେତୃତ୍ୱରେ ଆୟୋଜିତ ଏହି ଐତିହାସିକ ଆନ୍ଦୋଳନରେ ସମିତିର ସାଧାରଣ ସମ୍ପାଦକ ଶ୍ରୀ ସୁନାରାମ ସିଂହଙ୍କ ସମେତ ବିଭିନ୍ନ ବ୍ଲକ୍‌ର ଆବାହକ, ମୁଣ୍ଡା ସାମାଜିକ ସଂଗଠନର ନେତୃବୃନ୍ଦ ଓ ଭାଷା ଆନ୍ଦୋଳନର କର୍ମୀମାନେ ଯୋଗଦେଇଥିଲେ ।

Massive rally for Mundari language :ମୁଣ୍ଡାରୀ ଭାଷାର ମାନ୍ୟତା ଦାବିରେ ବାରିପଦାରେ ବିଶାଳ ମହାରାଲି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର RK Foundation Distribute blankets: ଆର କେ ଫାଉଣ୍ଡେସନ ତରଫରୁ କମ୍ବଳ ବଣ୍ଟନ