ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ବରଗଡ଼ ନୟାଗଡ଼ ଗଞ୍ଜାମ

Birsa Munda birth anniversary celebration: ମାଝୀ ପାର୍ଗାନା ବ୍ୟବସ୍ଥାରେ ଠାକୁରମୁଣ୍ଡା ମୁଲୁକ ପକ୍ଷରୁ ସଚେତନତା ସଭା ଓ ବୀର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ପାଳିତ

Birsa Munda birth anniversary celebration: ମାଝୀ ପାର୍ଗାନା ବ୍ୟବସ୍ଥାରେ ଠାକୁରମୁଣ୍ଡା ମୁଲୁକ ପକ୍ଷରୁ ସଚେତନତା ସଭା ଓ ବୀର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ପାଳିତ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ଠାକୁରମୁଣ୍ଡା, ୧୫/୧୧/୨୬ – ସମଗ୍ର ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧରତୀ ଆବା ଭଗବାନ ବୀର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଥିବା ସମୟରେ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ କଲେଇଯାଉ ଗ୍ରାମରେ ମାଝୀ ପାର୍ଗାନା ବ୍ୟବସ୍ଥାରେ ଠାକୁରମୁଣ୍ଡା ମୁଲୁକ ପକ୍ଷରୁ ମଧ୍ୟ ଧରତୀ ଆବା ଭଗବାନ ବୀର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ଆଦିବାସୀ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଠାକୁରମୁଣ୍ଡା ବ୍ଲକର ୭୨ଟି ଗ୍ରାମର ମୁଖିଆମାନେ ଯୋଗ ଦେଇଥିବା ସମୟରେ ସଭା ପ୍ରାରମ୍ଭରେ ଧରତୀ ଆବା ବୀର୍ସା ମୁଣ୍ଡା ଓ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଧୂପଦୀପ ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା । ସାମ୍ବାଦିକ ବସନ୍ତ ସୋରେନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଲୱା ଲଳେ ଘାଟ ପାର୍ଗାନା ପୂର୍ଣ୍ଣ ହେମ୍ବରମ, ହୃଷୀକେଶ ମୁର୍ମୁ, କେନ୍ଦୁଝର ଦିଶମ ପାର୍ଣୀକ ନିମୁ ଟୁଡୁ, ରାମସିଂ ମୁର୍ମୁ, ଠାକୁରମୁଣ୍ଡା ପିଳ ପାର୍ଗାନା ଜୁନା ରାମ ଟୁଡୁ ଓ ରତନ ପିଳ ପାର୍ଗାନା ସୀତାରାମ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି ବୀର୍ସା ମୁଣ୍ଡାଙ୍କ ଜୀବନୀ, ସଂଘର୍ଷ ଓ ଆଦିବାସୀ ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାପରେ ଆଦିବାସୀ ସମାଜର ଅଧିକାର, ପରମ୍ପରା, ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ଉପରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । କେନ୍ଦୁଝର ଦିଶମ ପାର୍ଣୀକ ନିମୁ ଟୁଡୁ ଯୋଗଦେଇ ଭାରତୀୟ ସମ୍ବିଧାନରେ ଆଦିବାସୀ ସମାଜକୁ ମିଳିଥିବା ଅଧିକାର ଓ ସାମ୍ବିଧାନିକ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେହିଭଳି ରାମସିଂ ମୁର୍ମୁ ଆଦିବାସୀଙ୍କ ପାରମ୍ପରିକ ଜୀବନଶୈଳୀ, ପୂଜାପାଠ ଓ ସଂସ୍କୃତିକୁ ଆଧୁନିକ ସମୟରେ କିପରି ସୁରକ୍ଷିତ ରଖିହେବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସାନ୍ତାଳୀ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ବାହା ଓ ସହରାୟ ପର୍ବର ପୂଜାବିଧି, ପରମ୍ପରା ଓ ଏହାର ସାଂସ୍କୃତିକ ମହତ୍ତ୍ୱ ଉପରେ ହୃଷୀକେଶ ମୁର୍ମୁ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ କେନ୍ଦୁଝର ଜିଲ୍ଲା, ଘଷିପୁରା ଥାନା ଅନ୍ତର୍ଗତ ବସନ୍ତପୁରା ଗ୍ରାମର ନାଏକେ ଆୟଙ୍କୁ ସମ୍ମାନିତ କରାଯିବା । ଗତ ଅକ୍ଟୋବର ୨୩ ତାରିଖରେ ଗ୍ରାମର ସାନ୍ତାଳୀ ଆଦିବାସୀଙ୍କ ପାରମ୍ପରିକ ପୂଜାସ୍ଥଳରେ କେତେକ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ବହୁ ଚର୍ଚ୍ଚିତ ଭଙ୍ଗାରୁଜା ହୋଇଥିବା ଘଟଣା ସମୟରେ ସେ ଏକାକୀ ଦୃଢ଼ତାର ସହ ଏହାର ବିରୋଧ କରିଥିଲେ । ତାଙ୍କର ସାହସିକତା ଓ ଦୃଢ଼ ମନୋବଳକୁ ସମ୍ମାନ ଜଣାଇ ସାନ୍ତାଳୀ ସମ୍ପ୍ରଦାୟ ପକ୍ଷରୁ ତାଙ୍କୁ ‘ଆଦିବାସୀ ବୀରମାନି’ ଉପାଧି ପ୍ରଦାନ କରାଯାଇଥିବା ସହ ପାରମ୍ପରିକ ଝାଲ ଶାଢ଼ୀ ଓ ମାନପତ୍ର ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭା ରେ କଲେଇଯାଉ ଗ୍ରାମର ସମସ୍ତ ମହିଳା ପୁରୁଷ ସହଯୋଗ କରିଥିବା ବେଳେ ଉଦୟନାଥ ମୁର୍ମୁ ସଭା ଭଙ୍ଗ ହେଲା ।

Birsa Munda birth anniversary celebration: ମାଝୀ ପାର୍ଗାନା ବ୍ୟବସ୍ଥାରେ ଠାକୁରମୁଣ୍ଡା ମୁଲୁକ ପକ୍ଷରୁ ସଚେତନତା ସଭା ଓ ବୀର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ପାଳିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର impartial investigation alleged : ଆଦିବାସୀ ଯୁବକଙ୍କୁ ବନବିଭାଗର ମାଡ଼ ଅଭିଯୋଗ ନେଇ ନିରପେକ୍ଷ ତଦନ୍ତ ଦାବି କଲେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି