ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ବରଗଡ଼ ନୟାଗଡ଼ ଗଞ୍ଜାମ

Swampatna National Press Day :ସ୍ୱାମପାଟଣା ପ୍ରେସକ୍ଲବରେ ପାଳିତ ହେଲା ଜାତୀୟ ପ୍ରେସ ଦିବସ

Swampatna National Press Day :ସ୍ୱାମପାଟଣା ପ୍ରେସକ୍ଲବରେ ପାଳିତ ହେଲା ଜାତୀୟ ପ୍ରେସ ଦିବସ – ସମୀକ୍ଷା ଖବର


ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:

ପାଟଣା:୧୬/୧୧,ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ସ୍ୱାମପାଟଣା ପ୍ରେସକ୍ଲବରେ ଆଜି ମହା ଆଡମ୍ବରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।ପ୍ରେସ କ୍ଳବ ସଭାପତି କିଶୋର ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଖୋଲାଫର୍ଦ ବ୍ୟୁରୋଚିଫ୍ କଳ୍ପତରୁ କର ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଳବ ସମ୍ପାଦକ ବିଜୟ ରତ୍ନ ପତି,ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ, ସାମ୍ବାଦିକ ରଞ୍ଜନ କୁମାର ବାରିକ,କାମିନିକାନ୍ତ ଦ୍ବିବେଦୀ, ଚିରଞ୍ଜୀବ ଦାଶ,ଉଗ୍ରସେନ ପୃଷ୍ଟି, ରବୀନ୍ଦ୍ର କୁମାର ପୃଷ୍ଟି, ନିଶିକାନ୍ତ ବେହେରା,ପାର୍ଥସାରଥୀ ପାତ୍ର,ଜିତେନ୍ଦ୍ର କୁମାର ସେଠୀ, ରତିରଞ୍ଜନ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଭୂମିକା,ସ୍ୱାଧୀନ ଓ ନିରପେକ୍ଷ ସାମ୍ବାଦିକତା ଏବଂ ସମାଜରେ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠାରେ ସାମ୍ବାଦିକଙ୍କ ଦାୟିତ୍ୱ ଉପରେ ଆଲୋଚନା କରାଯାଇଥିଲା।

Swampatna National Press Day :ସ୍ୱାମପାଟଣା ପ୍ରେସକ୍ଲବରେ ପାଳିତ ହେଲା ଜାତୀୟ ପ୍ରେସ ଦିବସ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Tirtol police raid illegal sand transportation :ବେଆଇନ ବାଲି ଚାଲାଣ ବେଳେ ତିର୍ତ୍ତୋଲ ପୋଲିସର ଚଢ଼ାଉ: ୪ ହାଇୱା ଜବତ, ୪ ଚାଳକ ଗିରଫ