ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର କେନ୍ଦ୍ରାପଡ଼ା ବରଗଡ଼ ନୟାଗଡ଼

Family devastated by the hardships of migrant labor: ଦାଦନ ଯନ୍ତ୍ରଣାରେ ଉଜୁଡ଼ିଲା ପରିବାର, ରୋଜଗାରିଆ ପୁଅର ମୃତଦେହ ଫେରିଲା ଭିଟାମାଟିକୁ

Family devastated by the hardships of migrant labor: ଦାଦନ ଯନ୍ତ୍ରଣାରେ ଉଜୁଡ଼ିଲା ପରିବାର, ରୋଜଗାରିଆ ପୁଅର ମୃତଦେହ ଫେରିଲା ଭିଟାମାଟିକୁ – ସମୀକ୍ଷା ଖବର

ସମୀକ୍ଷା ବ୍ୟୁରୋ ନ୍ୟୁଜ / କଳାହାଣ୍ଡି:

ସ୍ତ୍ରୀ ଓ ଛୋଟ ଝିଅଙ୍କୁ ଅସହାୟ କରି ଚାଲିଗଲେ ଡମ୍ବରୁ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି

କଳାହାଣ୍ଡି,କୋକସରା : ଦୁଇ ପଇସା ରୋଜଗାର କରି ପରିବାର ମୁହଁରେ ହସ ଫୁଟାଇବାର ସ୍ୱପ୍ନ ନେଇ ଘର ଛାଡ଼ିଥିଲେ। ହେଲେ ଆଉ ଜୀବିତ ଅବସ୍ଥାରେ ଫେରିପାରିଲେ ନାହିଁ। ଶେଷରେ ଆମ୍ବୁଲାନ୍ସରେ ମୃତଦେହ ହୋଇ ଫେରିଲେ ନିଜ ଭିଟାମାଟିକୁ। ଦାଦନ ଯନ୍ତ୍ରଣାର ଏଭଳି ଏକ ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଲି ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି।ସୂଚନା ଅନୁଯାୟୀ, ମୂଷାପାଲି ପଞ୍ଚାୟତ ମୂଷାପାଲି ଗ୍ରାମର ଡମ୍ବରୁ ରାଉତ (୩୫) ପରିବାରର ଆର୍ଥିକ ଅବସ୍ଥା ସୁଧାରିବା ଆଶାରେ କିଛି ଦିନ ତଳେ ସାଥୀ ଶ୍ରମିକଙ୍କ ସହ ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିଲେ। କାମ ସାରି ଘରକୁ ଫେରୁଥିବା ସମୟରେ ଗତକାଲି ସକାଳେ ବେଙ୍ଗାଲୁରୁ ରେଳଷ୍ଟେସନ ନିକଟରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଥିଲା। ଘଟଣାସ୍ଥଳରେ ପୋଲିସ ଓ ସାଥୀ ଶ୍ରମିକମାନେ ପହଞ୍ଚିଥିଲେ ରବିବାର ସନ୍ଧ୍ୟାରେ ଆମ୍ବୁଲାନ୍ସ ଯୋଗେ ଡମ୍ବରୁଙ୍କ ମୃତଦେହ ମୂଷାପାଲି ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଗାଁ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ଗାଁର ଜଣେ ଯୁବକଙ୍କ ଏଭଳି ଅକାଳ ବିୟୋଗରେ ଆତ୍ମୀୟସ୍ୱଜନ ଓ ଗ୍ରାମବାସୀ ମର୍ମାହତ ହୋଇପଡ଼ିଥିଲେ। ପରେ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।ଡମ୍ବରୁଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ ଜଣେ ଛୋଟ ଝିଅଙ୍କ ଭବିଷ୍ୟତ ଏବେ ଅନ୍ଧକାରମୟ ହୋଇପଡ଼ିଛି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାରଟି ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି।ପେଟପାଟଣା ପାଇଁ ଭିଟାମାଟି ଛାଡ଼ି ପର ରାଜ୍ୟକୁ ଯାଉଥିବା ଗରିବ ଶ୍ରମିକଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତା ଏବେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡମ୍ବରୁଙ୍କ ଅସହାୟ ପରିବାରକୁ ଜିଲ୍ଲା ଶ୍ରମ ବିଭାଗ ତଥା ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକୀୟ ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Family devastated by the hardships of migrant labor: ଦାଦନ ଯନ୍ତ୍ରଣାରେ ଉଜୁଡ଼ିଲା ପରିବାର, ରୋଜଗାରିଆ ପୁଅର ମୃତଦେହ ଫେରିଲା ଭିଟାମାଟିକୁ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Khariar National Press Day: ଖଡ଼ିଆଳଠାରେ ଜାତୀୟ ସାମ୍ବାଦିକ ଦିବସ ପାଳିତ