ଅଜୟ କୁମାର ଦାଶ/ ବଡ଼ଚଣା ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ବଡ଼ଚଣା,୧୭/୧୧ ବଡ଼ଚଣା ବ୍ଲକ ଅନ୍ତର୍ଗତ ନଳୀପୁର ଠାରେ ବିଶିଷ୍ଟ ସମାଜସେବୀ ସୁବୋଧ କୁମାର ବଳଙ୍କ ଶ୍ରାଦ୍ଧବାର୍ଷିକ ମନ୍ମଥ କେଶରୀ ସାହେବରାୟଙ୍କ ସଭାପତିତ୍ୱରେ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ବାଲିଚନ୍ଦ୍ରପୁର ସରପଂଚଙ୍କ ପ୍ରତିନିଧି ଅମୀୟ କୁମାର ସାହାଣୀ, ବାଲିଚନ୍ଦ୍ରପୁର ମଣ୍ଡଳ ସଭାପତି ଅଶୋକ କୁମାର ସିଂହ, ପୂର୍ବତନ ସମିତି ସଭ୍ୟ ଅମୀୟ କୁମାର ବିଶ୍ୱାଳ, ସମାଜସେବୀ ଭରତ କୁମାର ରାଉତ, ଅଶୋକ କୁମାର ବିଶ୍ୱାଳ, ମନୋଜ କୁମାର ବଳ, ରଶ୍ମିରଞ୍ଜନ ବଳ, ଦେବାଶିଷ ବଳ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣକରି ତାଙ୍କର ବହୁମୁଖି ପ୍ରତିଭା ଉପରେ ଆଲୋଚନା କରିଥିଲେ । ପୁତ୍ର ଦୀପକ କୁମାର ବଳ, ସଂଗ୍ରାମ ବଳ ଓ ଅଜୟ କୁମାର ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭା ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ |






