ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ବରଗଡ଼ ନୟାଗଡ଼ ଗଞ୍ଜାମ

MPC College Lockdown: MPC ମହାବିଦ୍ୟାଳୟରେ ଛାତ୍ର ସଂସଦର ତାଲାବନ୍ଦ ଆନ୍ଦୋଳନ ଜାରି

MPC College Lockdown: MPC ମହାବିଦ୍ୟାଳୟରେ ଛାତ୍ର ସଂସଦର ତାଲାବନ୍ଦ ଆନ୍ଦୋଳନ ଜାରି – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୧୮/୧୧/୨୬ – ଛାତ୍ରଛାତ୍ରୀଙ୍କ ମୌଳିକ ସୁବିଧା, ସ୍ୱଚ୍ଛତା ଓ ସୁରକ୍ଷିତ ଶିକ୍ଷା ପରିବେଶ ସୁନିଶ୍ଚିତ କରିବା ଦାବିରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ (MPC)ର ଛାତ୍ର ସଂସଦ ପକ୍ଷରୁ ପ୍ରଶାସନିକ ବ୍ଲକ୍‌ରେ ତାଲାବନ୍ଦ ଆନ୍ଦୋଳନ ଆରମ୍ଭ କରାଯାଇଛି । ପ୍ରାପ୍ତ ସୂଚନା କ୍ରମେ ଗତ ୨୮.୧୦.୨୦୨୬ ତାରିଖରେ ଛାତ୍ର ସଂସଦର ସଭାପତି ଅଞ୍ଜନ ସରେନ ଏବଂ ସାଧାରଣ ସମ୍ପାଦକ ପ୍ରଭାସ କୁମାର ମାଣ୍ଡିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଦାବିପତ୍ରରେ ଶୌଚାଳୟଗୁଡ଼ିକର ତୁରନ୍ତ ମରାମତି ଓ ନିୟମିତ ସଫେଇ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସାନିଟାରୀ ପ୍ୟାଡ୍‌ର ବ୍ୟବସ୍ଥା, ତକତପୁର ଛକରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ମରାମତି ଓ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଏବଂ ଛାତ୍ରାବାସଗୁଡ଼ିକର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବିପତ୍ରରେ ଦର୍ଶାଯାଇଥିଲା । ଏହାର ପ୍ରତିଉତ୍ତରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ନଭେମ୍ବର ୩ ତାରିଖରେ ଏକ ବୈଠକ ଡାକି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଦୁଃଖର ବିଷୟ, ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏହି ଦାବିଗୁଡ଼ିକର କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଦୃଷ୍ଟିଗୋଚର ହୋଇ ପାରିନାହିଁ । ବିଶେଷକରି ମହାବିଦ୍ୟାଳୟର ଶୌଚାଳୟ ସମସ୍ୟା ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତର ଅସୁବିଧା ସୃଷ୍ଟି କରିଛି । ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଶୌଚାଳୟ ନିୟମିତ ସଫାସୁତରା ରଖାଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଶୌଚାଳୟଗୁଡ଼ିକ ଅବ୍ୟବହାରଯୋଗ୍ୟ ଅବସ୍ଥାରେ ପଡ଼ିରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା କେବଳ ସ୍ୱଚ୍ଛତାର ଅଭାବ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ପ୍ରତି ସମାନ ସୁବିଧା ଓ ମର୍ଯ୍ୟାଦାର ପ୍ରଶ୍ନ ମଧ୍ୟ ସୃଷ୍ଟି କରୁଛି । ପ୍ରଶାସନର ଏହି ଦୀର୍ଘସୂତ୍ରତା ଓ ନିଷ୍କ୍ରିୟତାର ପ୍ରତିବାଦରେ ଗତ ୧୬.୧୧.୨୦୨୬ ତାରିଖ ସକାଳ ୯ଟା ୪୫ ମିନିଟ୍ ସମୟରେ ଛାତ୍ର ସଂସଦ ସଭାପତି ଅଞ୍ଜନ ସରେନ ଏବଂ ସାଧାରଣ ସମ୍ପାଦକ ପ୍ରଭାସ କୁମାର ମାଣ୍ଡିଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ପ୍ରଶାସନିକ ବ୍ଲକ୍‌ରେ ତାଲାବନ୍ଦ ଆନ୍ଦୋଳନ କରାଯାଇଥିଲା । ପୁଣି ଛାତ୍ର ସଂସଦ ସ୍ପଷ୍ଟ କରିଛି ଯେ, ଏହି ଆନ୍ଦୋଳନ ସମୟରେ ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ହିତକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଥିଲା । ସମସ୍ତ ଶ୍ରେଣୀଗୃହରେ ପାଠପଢ଼ା ସ୍ୱାଭାବିକ ଭାବେ ଚାଲୁ ରହିଥିଲା, ପାଠାଗାର ଖୋଲା ରହିଥିଲା ଏବଂ ଛାତ୍ରଛାତ୍ରୀଙ୍କ ଆବଶ୍ୟକୀୟ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି କରାଯାଇନଥିଲା ।

MPC College Lockdown: MPC ମହାବିଦ୍ୟାଳୟରେ ଛାତ୍ର ସଂସଦର ତାଲାବନ୍ଦ ଆନ୍ଦୋଳନ ଜାରି – ସମୀକ୍ଷା

ତେବେ ଆନ୍ଦୋଳନକୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଦାବିଗୁଡ଼ିକର ସମାଧାନ ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବାରୁ ଛାତ୍ର ସଂସଦ ନିଜ ଆନ୍ଦୋଳନକୁ ଜାରି ରଖିବାକୁ ଦୃଢ଼ ନିଷ୍ପତ୍ତି ନେଇଛି । ଯଦି ତୁରନ୍ତ ଦାବିଗୁଡ଼ିକର ସ୍ଥାୟୀ ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ପଦ୍ଧତିରେ ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲାବନ୍ଦ ସହ ରାଜରାସ୍ତାକୁ ଓହ୍ଲାଇବାକୁ ଛାତ୍ର ସଂସଦ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି । ଏହି ଆନ୍ଦୋଳନରେ ଛାତ୍ର ସଂସଦର ସହ-ସମ୍ପାଦକ ରଘୁନାଥ ବାସ୍କେ, ସୋସିଆଲ୍ ସର୍ଭିସ୍ ସେକ୍ରେଟାରୀ ରାମଦାସ କିସ୍କୁ, ଆଥଲେଟିକ୍ ସେକ୍ରେଟାରୀ ଦୀପୁ ସିଂଙ୍କ ସମେତ ଛାତ୍ରନେତା ମାନସ ବେଶ୍ରା, ଗଣେଶ ହାସଦାଃ, ରସନ ଏବଂ ନିମାଇ ସରେନ ଉପସ୍ଥିତ ରହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଛାତ୍ର ସଂସଦର ମତ ଅନୁଯାୟୀ, ଶିକ୍ଷାନୁଷ୍ଠାନରେ ଶୌଚାଳୟ, ପାନୀୟ ଜଳ, ସ୍ୱଚ୍ଛତା ଓ ସୁରକ୍ଷା ଭଳି ମୌଳିକ ସୁବିଧା କୌଣସି ବିଳାସିତା ନୁହେଁ; ଏହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନ୍ୟାୟସଙ୍ଗତ ଅଧିକାର । ଛାତ୍ରଛାତ୍ରୀଙ୍କ ମୌଳିକ ଦାବିକୁ ଅଣଦେଖା କରି ଏକ ସୁସ୍ଥ ଓ ସୁରକ୍ଷିତ ଶିକ୍ଷା ପରିବେଶ ଗଠନ କରିବା ସମ୍ଭବ ନୁହେଁ । ଆମର ଆନ୍ଦୋଳନ କୌଣସି ବ୍ୟକ୍ତିବିଶେଷଙ୍କ ବିରୋଧରେ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାର, ସ୍ୱଚ୍ଛତା, ସମାନ ସୁବିଧା ଓ ଉନ୍ନତ ଶିକ୍ଷା ପରିବେଶ ପାଇଁ । ତେଣୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଆଉ ବିଳମ୍ବ ନକରି ସମସ୍ତ ଦାବିର ସମୟବଦ୍ଧ ଓ ସ୍ଥାୟୀ ସମାଧାନ କରିବାକୁ ଛାତ୍ର ସଂସଦ ଦୃଢ଼ ଦାବି ରଖିଥିବା ଜଣାପଡିଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Mayurbhan Youth leader Sanjeeb Rout joins the Congress: ମୟୂରଭଞ୍ଜରେ କଂଗ୍ରେସର ଶକ୍ତି ପ୍ରଦର୍ଶନ: କଂଗ୍ରେସରେ ଯୋଗଦେଲେ ଯୁବନେତା ସଂଜୀବ ରାଉତ