ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ବରଗଡ଼ ନୟାଗଡ଼ ଗଞ୍ଜାମ

Jagatsinghpur Excise Department Success: ଜଗତସିଂହପୁର, ଅବକାରୀ ବିଭାଗର ସଫଳତା

Jagatsinghpur Excise Department Success: ଜଗତସିଂହପୁର, ଅବକାରୀ ବିଭାଗର ସଫଳତା – ସମୀକ୍ଷା ଖବର

ଭଗବାନ ମହାନ୍ତି /ଜିଲ୍ଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, 18/11/2026 : ବ୍ରାଉନସୁଗାର ସହ ବାଇକ୍ ଓ ଦେଶୀମଦ ଜବତ। ଜଗତସିଂହପୁର ଥାନା ଅନ୍ତର୍ଗତ ଅତାମଳ ଗ୍ରାମରୁ ଜଣେ ନିଶା ମାଫିଆଙ୍କୁ କାବୁ କରିଛି ଜଗତସିଂହପୁର ଅବକାରୀ ଥାନା। ଯାଞ୍ଚ ପରେ ତାଙ୍କ ପାଖରୁ ୨୩ ଗ୍ରାମର ହେରୋଇନ୍ ଜବତ କରାଯାଇଛି। ସୂଚନାଯୋଗ୍ଯ ଯେ ଜଗତସିଂହପୁର ଥାନା ଅତାମଳ ଗ୍ରାମର ସୋମନାଥ ଦାସଙ୍କ ପୁଅ ପଦ୍ମ ଲୋଚନ ଦାସ ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ବେଳେ ତାକୁ ଧରିବା ପାଇଁ ଅବକାରୀ ବିଭାଗ ବହୁବାର ଜାଲ ବିଛାଇ ଥିଲା। ସବୁବେଳେ ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଥିବାବେଳେ ଆଜି କିନ୍ତୁ ତାଙ୍କୁ ଅବକାରୀ ବିଭାଗ କାବୁ କରିନେଇଥିଲା। ଏକ ଗୁଇନ୍ଦା ସୂତ୍ରକୁ ଆଧାର କରି ତାଙ୍କୁ ଧରିବା ପାଇଁ ଜଗତସିଂହପୁର ଅବକାରୀ ଥାନାର ସବ- ଇନ୍ସପେକ୍ଟର ସନ୍ଦୀପ ପାଢୀଙ୍କ ନେତୃତ୍ବରେ ଜଗତସିଂହପୁର ଅବକାରୀ ଥାନା ଓ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଷ୍ଟାପମାନଙ୍କୁ ନେଇ ଏକ ଟିମ ଗଠନ କରି ଅତାମଳ ଗ୍ରାମ ଠାରେ ଛଦ୍ମ ବେଶରେ ଜଗି ରହିଥିଲେ। ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ଯରେ ଅଭିଯୁକ୍ତ ଜଣକ ହେରୋଇନ୍ ଆଣି ଅତାମାଳ ଛକରେ ପହଞ୍ଚିବାକ୍ଷଣି ପୂର୍ବରୁ ଛକି ରହିଥିବା ଅବକାରୀ ବିଭାଗର କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ୨୩ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଥିଲା ଯାହାର ଆନୁମାନିକ କଳାବଜାରୀ ମୂଲ୍ୟ ୨ ଲକ୍ଷ ୩୦ ହଜାର ଟଙ୍କା ହେବାର ଶ୍ରୀ ପାଢ଼ୀ ଗଣମାଧ୍ୟମ କୁ କହିଛନ୍ତି।

Jagatsinghpur Excise Department Success: ଜଗତସିଂହପୁର, ଅବକାରୀ ବିଭାଗର ସଫଳତା – ସମୀକ୍ଷା

ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ଜଗତସିଂହପୁର ଅବକାରୀ ଥାନାର କେସ୍ ନଂ – ୧୧୯୵୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି। ସେହିପରି ଅନ୍ୟ ଏକ ଘଟଣାକ୍ରମେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଏ ଏସ୍ ଆଇ କ୍ଷୀରୋଦ କୁମାର ସାହୁ ଷ୍ଟାପ ମାନଙ୍କ ସହ ଆଜି ସକାଳେ ବିରିଡି ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ବିରିଡି ଥାନା ତେନ୍ତୁଲିଆ ଗ୍ରାମର ଶୁଶାନ୍ତ କୁମାର ଖଟେଇ (୪୮) ଏକ ହୋଣ୍ଡା ଆକ୍ଟିଭା ସ୍କୁଟି (ଓଡି-୨୧-ଏସ୍-୩୫୧୨) ରେ ଦେଶୀମଦ ନେଇ ବିକ୍ରି କରିବା ଉଦ୍ଦେଶ୍ଯରେ ଯାଉଥିବାବେଳେ ତେନ୍ତୁଲିଆ ଗ୍ରାମ ରାସ୍ତାରେ ତାଙ୍କୁ ଅଟକାଇଥିଲେ। ଯାଞ୍ଚ ପରେ ଆସାମୀଙ୍କ ନିକଟରୁ ୫ ଲିଟର ୬୦୦ ମିଲି ର ଦେଶୀମଦ ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଓଡିଶା ଅବକାରୀ ଆଇନ ଅନୁସାରେ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କେସ୍ ନଂ – ୨୧୫୵୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆଜିର ଏହି ଚଢାଉ ରେ ଜଗତସିଂହପୁର ଅବକାରୀ ଥାନାର ଏ ଏସ ଆଇ ଶୁଭଦର୍ଶୀନି ସାହୁ, କନଷ୍ଟେବଳ ଅନୁରାଗ ସୂର୍ୟ୍ୟବଂଶୀ, ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର କନଷ୍ଟେବଳ ବିଶ୍ବନାଥ ମୁଣ୍ଡା, ସୁକାନ୍ତ ମାଝୀ, ଶୁଭଶ୍ରୀ ବିଶ୍ବାଳ ପ୍ରମୁଖ ସାମିଲ ଥିଲେ। ଜଗତସିଂହପୁର ଅଞ୍ଚଳରେ ହେରୋଇନ୍ ବ୍ୟବସାୟ କୁ ଦମନ କରିବାକୁ ସ୍ବତନ୍ତ୍ର ଅପରେସନ୍ ଚାଲିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ। ସେ କହିଛନ୍ତି ଅବକାରୀ ବିଭାଗ ମୂଳ ପର୍ଯ୍ୟନ୍ତ ଯିବ। ଅଭିଯୁକ୍ତ ଜଣଙ୍କ କେଉଁଠୁ ହେରୋଇନ୍ ଆଣୁଥିଲେ ଏବଂ ଏହା ପଛରେ କାମ କରୁଥିବା ସିଣ୍ଡିକେଟ୍ ସହ ନିଶାବେପାରୀଙ୍କୁ ଜେଲ୍ ରେ ପୁରାଇବାକୁ ଅଣ୍ଟାଭିଢିଛି ଅବକାରୀ ବିଭାଗ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Jagatsinghpur Potential Cyclone: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ଜଗତସିଂପୁର ପ୍ରଶାସନ ଓ ଅଗ୍ନିଶମ ବିଭାଗ