ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର ନବରଙ୍ଗପୁର ଗଞ୍ଜାମ

District Education Officer reached helpless children: ଅସହାୟ ୪ ଶିଶୁଙ୍କ ଘରେ ପହଞ୍ଚିଲେ ଜିଲ୍ଲା ଶିକ୍ଷା ଅଧିକାରୀ

District Education Officer reached helpless children: ଅସହାୟ ୪ ଶିଶୁଙ୍କ ଘରେ ପହଞ୍ଚିଲେ ଜିଲ୍ଲା ଶିକ୍ଷା ଅଧିକାରୀ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ /ମାଲକାନଗିରି: ତା: ୨୦/୧୧/୨୬

ମାଲକାନଗିରି ପୌରାଞ୍ଚଳ ତଳସାହିରେ ରହୁଥିବା ୪ ଜଣ ଅସହାୟ ଶିଶୁଙ୍କ ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା, ଚିତ୍ତରଞ୍ଜନ ପାଣିଗ୍ରାହୀ ଆଜି ଅପରାହ୍ନ ୪.୩୦ ମିନିଟ୍ ରେ ସେମାନଙ୍କ ଘରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।ବାପାଙ୍କ ଦେହାନ୍ତ ପରେ ମା’ ମଧ୍ୟ ଛାଡ଼ି ଚାଲିଯାଇଥିବାରୁ ଏହି ୪ ଭାଇ-ଭଉଣୀ ବର୍ତ୍ତମାନ ବୃଦ୍ଧା ଜେଜେମାଙ୍କ ଆଶ୍ରୟରେ ରହୁଛନ୍ତି। ଦୁଇ ଝିଅ ଜେଜେମାଙ୍କ ପାଖରେ ତଳସାହିରେ ରହୁଥିବା ବେଳେ ଦୁଇ ପୁଅ କୋରକୋଣ୍ଡା ବ୍ଲକ୍ ଟେକଗୁଡା ସ୍ଥିତ ନୀଳାଚଳ ଆଦିବାସୀ ସେବାଶ୍ରମରେ ରହି ପାଠ ପଢ଼ୁଛନ୍ତି।ପରିବାରର ଆର୍ଥିକ ଅସୁବିଧା ଯୋଗୁଁ ବଡ଼ ଝିଅ ଦଶମ ଶ୍ରେଣୀ ପରୀକ୍ଷା ଦେଇ ପାରି ନାହାଁନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ଦଶମ ପରୀକ୍ଷା ଦେବା ସହ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବା ପାଇଁ ପରାମର୍ଶ ଦେଇଛନ୍ତି, ଯାହା ଦ୍ୱାରା ସେ ରୋଜଗାରକ୍ଷମ ହୋଇପାରିବେ। ସେହିପରି ସାନ ଝିଅଙ୍କୁ ଛାତ୍ରାବାସ ଥିବା ବିଦ୍ୟାଳୟରେ ନାମ ଲେଖାଇବା ଏବଂ ଦୁଇ ପୁଅଙ୍କୁ ବାଳକ ଛାତ୍ରାବାସ ବିଦ୍ୟାଳୟରେ ନାମ ଲେଖାଇ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି। ପିଲାମାନଙ୍କ ପାଖରେ ବର୍ତ୍ତମାନ ଜାତି ପ୍ରମାଣପତ୍ର ନ ଥିବାରୁ ସେ ବିଷୟରେ ମଧ୍ୟ ସହାୟତା କରାଯିବ। କୌଣସି ଶିଶୁ ପାଠପଢ଼ାରୁ ବଞ୍ଚିତ ହେବେ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

District Education Officer reached helpless children: ଅସହାୟ ୪ ଶିଶୁଙ୍କ ଘରେ ପହଞ୍ଚିଲେ ଜିଲ୍ଲା ଶିକ୍ଷା ଅଧିକାରୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Department of Commerce Felicitation, & Seminar: ବାଣିଜ୍ୟବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ଓ ଆଲୋଚନାଚକ୍ର