ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନ୍ୟୁଜ /ମାଲକାନଗିରି :୧୯/୧୧/୨୬
ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷା ବିଭାଗର ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ
ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମାଲକାନଗିରି ଜିଲ୍ଲାର ୧୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ପଦବୀରେ ପଦୋନ୍ନତି ମିଳିଛି। ସ୍ପେଶାଲ ଡିଏଲ୍ପିସି (DLPC) ବୈଠକରେ ଅନୁମୋଦନ ପରେ ରାଜ୍ୟ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା ୨୦୮୩୪, ତାରିଖ ୧୦.୧୧.୨୦୨୬ ଅନୁଯାୟୀ ଗତକାଲି ଏହି ପଦୋନ୍ନତି ପ୍ରଦାନ କରାଯାଇଛି ପ୍ରାପ୍ତ ସୂଚନା ଅନୁଯାୟୀ, OTET ପାସ୍ କରିଥିବା ଲେଭଲ୍-୪ର ୧୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ପ୍ରାଥମିକ ବିଦ୍ୟାଳୟ ଏବଂ ୧୮ ଜଣଙ୍କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀରେ ପଦୋନ୍ନତି ମିଳିଛି। ଏହି ଅବସରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏବଂ ପଦୋନ୍ନତି ପାଇଥିବା ନୂତନ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ଶ୍ରୀମତୀ ମଞ୍ଜୁଲତା ଭୋଇ, ସେକ୍ସନ ଅଫିସର ମାଧବ ମହାନନ୍ଦିଆଙ୍କ ସମେତ ଅନନ୍ତ ବେହେରା ଓ ରୋହିତ ବାବୁଙ୍କୁ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ ପାଇଁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ରାମପ୍ରସାଦ ପାଢ଼ୀ, ରାଜ୍ୟ ସଂଘର ଉପସଭାପତି ରଞ୍ଜିତ କୁମାର ନାୟକ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କୋଷାଧ୍ୟକ୍ଷ ମନୋରଞ୍ଜନ ବେହେରାଙ୍କ ସମେତ ନୂତନ ଭାବେ ପଦୋନ୍ନତି ପାଇଥିବା ମହାଦେବ ନନ୍ଦ, ମଙ୍ଗଳ ସାଇ ଭତ୍ରା, ଆଶୁତୋଷ ବିଶ୍ୱାସ, ଅର୍ଚ୍ଚନା ହାଲୱା, ଜଗନ୍ନାଥ ସଙ୍ଗର୍ଭି, ଇରମା ପଡ଼ିଆମୀ, ଗାୟତ୍ରୀ ଦେବୀ, ଅମ୍ବିକା ନନ୍ଦ, ସୁମରି ଜରିକା, ମିନତୀ ପୃଷ୍ଟି, ସିଙ୍ଗ ମାଡ଼କାମୀ, ସନ୍ୟାସୀ ସୀସା, ଉତ୍ତମ ବିଶ୍ୱାସ, ରବୀନ୍ଦ୍ର ଦିଶାରୀ, ହରେରାମ ମଣ୍ଡଳ, ରଞ୍ଜିତ ରାୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏଥିସହ ଅବଶିଷ୍ଟ ଲେଭଲ୍-୪ ଏବଂ ଭିବି (VB) ପଦୋନ୍ନତି ପ୍ରକ୍ରିୟା ମଧ୍ୟ ଖୁବ୍ଶୀଘ୍ର ସମ୍ପନ୍ନ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ଶିକ୍ଷକ ମହଲରେ ଆନନ୍ଦ ପ୍ରକାଶ ପାଇଛି।






