ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/ଫୁଲବାଣୀ/ସମୀକ୍ଷା ନ୍ୟୁଜ
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସଦର ମହକୁମାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଖଜୁରୀପଡ଼ା ପକ୍ଷରୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମଜୟନ୍ତୀ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।ଏହି ଅବସରରେ ପରିଷଦର ସଭାପତି ସୁବାସ ଚନ୍ଦ୍ର ନାୟକ ଓ ପ୍ରଦୀପ କୁମାର ଶତପଥୀ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ସଭାପତି ଶ୍ରୀ ନାୟକ ଶ୍ରୀଭାଗବତ ପାଠ କରିଥିଲେ।କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସମ୍ପାଦକ ତଥା ପ୍ରଧାନ ଆଚାର୍ଯ୍ୟ ପାର୍ଥ ସାରଥୀ ପ୍ରଧାନ, ସଂଯୋଜକ ତ୍ରୈଲୋକ୍ୟନାଥ ସେନାପତି, ଅନଙ୍ଗ ପଟ୍ଟନାୟକ, ରବୀନ୍ଦ୍ର କୁମାର ପ୍ରଧାନ, ସରୋଜା ତ୍ରିପାଠୀ, ଉର୍ମିଳା ମହାପାତ୍ର, ଅନୁସ୍ୱୟା ତ୍ରିପାଠୀ, ସାଗରିକା ପଣ୍ଡା, ଲିପସାରାଣୀ ମହାପାତ୍ର, ଜ୍ୟୋତ୍ସ୍ନା କହଁର, ଶିବାନୀ ମହାପାତ୍ରଙ୍କ ସମେତ ପରିଷଦର କାର୍ଯ୍ୟକର୍ତ୍ତା, ସଦସ୍ୟସଦସ୍ୟା ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପରିଷଦର ସଂଯୋଜକ ତ୍ରୈଲୋକ୍ୟନାଥ ସେନାପତି, ଉପଦେଷ୍ଟା ରବୀନ୍ଦ୍ର କୁମାର କହଁର ଓ ଆଚାର୍ଯ୍ୟ ସରୋଜା ତ୍ରିପାଠୀ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୀବନୀ, ସାହିତ୍ୟ ସାଧନା ଏବଂ ଶ୍ରୀଭାଗବତର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସହ ଆଗାମୀ ପିଢ଼ି ମଧ୍ୟରେ ଏହାର ମହତ୍ତ୍ୱକୁ ପହଞ୍ଚାଇବା ପାଇଁ ସେମାନେ ଆହ୍ୱାନ ଦେଇଥିଲେ। ଶେଷରେ ପରିଷଦର ସମ୍ପାଦକ ତଥା ପ୍ରଧାନ ଆଚାର୍ଯ୍ୟ ପାର୍ଥ ସାରଥୀ ପ୍ରଧାନ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ ଓ ସଦସ୍ୟସଦସ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତ ହୋଇଥିଲା।






