ବିଜ୍ଞାନ କୁମାର ବିଶ୍ୱାଳ/କଟକ/ସମୀକ୍ଷା ନ୍ୟୁଜ:
ଭାରତୀୟ ଜନତା ପାର୍ଟି, କଟକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଳୀୟ ସଂଗଠନ ସମ୍ପର୍କିତ ବିଭିନ୍ନ ବିଷୟ ସହ ଆଗାମୀ କାର୍ଯ୍ୟକ୍ରମର ରୂପରେଖା ଓ କାର୍ଯ୍ୟପନ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁଯାୟୀ ଧ୍ୱଜ ଉତ୍ତୋଳନ, ମଞ୍ଚାସୀନ ଅତିଥିଙ୍କ ଆସନ ଗ୍ରହଣ, ପ୍ରଦୀପ ପ୍ରଜ୍ୱଳନ, ବନ୍ଦେ ମାତରମ୍ ଗାନ, ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ, ଶୋକ ପ୍ରସ୍ତାବ, ମହିଳା ସଶକ୍ତିକରଣ, କୃଷି ଓ କୃଷକ ସମ୍ପର୍କିତ ବିଷୟ, ମଣ୍ଡଳ ସଂଗଠନ ଏବଂ ଆଗାମୀ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିଲା। ଏଥିସହ ମଣ୍ଡଳ ଓ ଜିଲ୍ଲାସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକରେ ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ଲୋକସଭା ସାଂସଦ ବିଭୁ ପ୍ରସାଦ ତରାଇ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ ସମ୍ପାଦିକା ସ୍ମୃତି ପଟ୍ଟନାୟକ, ସରୋଜ କର, ଦିଲ୍ଲୀପ ମଲ୍ଲିକ, ଜିଲ୍ଲା ପ୍ରଭାରୀ ଜ୍ଞାନ ଦେବ ବେଉରା, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ପୂର୍ବତନ ବିଧାୟକ ଡ. ପ୍ରଭାତ ରଂଜନ ବିଶ୍ୱାଳଙ୍କ ସମେତ ବିନୋଦ ଦାଶ, ସୁଶାନ୍ତ ମଲ୍ଲିକ, ଶୁଭ୍ରାଂଶୁ ମୋହନ ପାଢ଼ୀ, ରଶ୍ମୀ ରେଖା ଦାସ, ଶ୍ରୀତମ ଦାସ, ଲଲାଟେନ୍ଦୁ ବଡ୍ଡୁ, ତୁଷାରକାନ୍ତ ଚକ୍ରବର୍ତ୍ତୀ, ରାମ ନାରାୟଣ ମହାନ୍ତି, ଲକ୍ଷ୍ମୀଧର ପ୍ରଧାନ, ହୃଷୀକେଶ ଜେନା ଓ ପ୍ରଦୀପ ସ୍ୱାଇଁଙ୍କ ସମେତ ବରିଷ୍ଠ ନେତୃତ୍ୱ ମଞ୍ଚରେ ଉପସ୍ଥିତ ଥିଲେ।

ବୈଠକରେ ଜିଲ୍ଲାର ବରିଷ୍ଠ ଉପସଭାପତି ବିଶ୍ୱ ରଞ୍ଜନ ମିଶ୍ର ସଭା ସଂଚାଳନ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ସ୍ମୃତି ରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ଉପସଭାପତି ଭାଗିରଥି ଦଳାଇ ରାଜନୈତିକ ଚିଠା ପ୍ରସ୍ତାବ ଉପସ୍ଥାପନ କରିଥିବା ବେଳେ ଉପସଭାପତି ଜଗନ୍ନାଥ ପରିଡ଼ା ଶୋକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସର୍ବଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାରୁ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ନେତୃତ୍ୱ, ଜିଲ୍ଲା ଓ ମୋର୍ଚ୍ଚା ପଦାଧିକାରୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ମିଡିଆ, ଆଇଟି, ସୋସିଆଲ ମିଡିଆ ଓ ସ୍ୱାସ୍ଥ୍ୟ କୋ-ଅର୍ଡିନେଟରଙ୍କ ସମେତ ବିଭିନ୍ନ ମଣ୍ଡଳର ସଭାପତି ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ରାଷ୍ଟ୍ରଗାନ ଓ ଧ୍ୱଜ ଅବତରଣ ସହ ବୈଠକର ସମାପନ କରାଯାଇଥିଲା।






