ମହେଶ୍ୱର ଡିଗାଲ /ଡିଭିଜନାଲ ସାମ୍ବାଦିକ /ବାଲିଗୁଡା/ ସମୀକ୍ଷା ନିୟୁଜ:
ଆଜି ବାଲିଗୁଡା ଉପଖଣ୍ଡ ସମିଳନୀ କକ୍ଷରେ ଉପଜିଲ୍ଲାପାଳ ପ୍ରଣିତlଦାସଙ୍କ ନେତୃତ୍ୱରେ SIR ବୈଠକ ଅନିଷ୍ଠିତ ହୋଇଥିଲା.
ଗଣତନ୍ତ୍ରର ମୂଳ ଆଧାର ହେଉଛି ମତଦାତା ଓ ତାଙ୍କର ମତାଧିକାର। ଏହି ମତାଧିକାରକୁ ଅଧିକ ସୁସଂଗଠିତ ଓ ନିର୍ଭୁଲ କରିବା ଉଦ୍ଦେଶ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ପୁନର୍ବୀକ୍ଷଣ (Special Intensive Revision–SIR)–୨୦୨୬ ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟ ଆଜି ସମ୍ପନ୍ନ ହୋଇଛି। ଏହା ସହିତ ୮୨-ବାଲିଗୁଡ଼ା (ଏସ୍ଟି) ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ବାଲିଗୁଡ଼ା ଉପଖଣ୍ଡ ମୁଖ୍ୟାଳୟରେ ପ୍ରକାଶ ପାଇଛି।ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)ଙ୍କ ଦ୍ୱାରା ଚୂଡ଼ାନ୍ତ ଭୋଟର ତାଲିକା ଔପଚାରିକ ଭାବେ ପ୍ରକାଶ କରାଯାଇଥିଲା। ଏହି ଅବସରରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO)ମାନଙ୍କ ସମେତ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସହିତ SIR–୨୦୨୬ର ନିର୍ଦ୍ଧାରିତ ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇଛି। ଏହି ପୁନର୍ବୀକ୍ଷଣ ସମୟରେ ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ଗ୍ରହଣ ଏବଂ ବିଭିନ୍ନ ମାମଲାର ନିଷ୍ପତ୍ତି ଭଳି ଆବଶ୍ୟକୀୟ କାର୍ଯ୍ୟ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ସମ୍ପାଦନ କରାଯାଇଥିଲା।ସମଗ୍ର ପ୍ରକ୍ରିୟାକୁ ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ କରିବାରେ AERO, BLO ସୁପରଭାଇଜର, BLO ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀ ଓ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ରହିଥିଲା। ସେମାନଙ୍କର ନିଷ୍ଠା ଓ ସହଯୋଗ ପାଇଁ ERO କୃତଜ୍ଞତା ଜଣାଇଥିଲେ। ଏଥିସହ SIR ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ସହଯୋଗ କରିଥିବା ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ EROଙ୍କ ପକ୍ଷରୁ ଧନ୍ୟବାଦ ଓ ପ୍ରଶଂସା କରିଛି. ଏଥି ସହ ସମଗ୍ର ପୁନଃ ପ୍ରକ୍ରିୟାରେ ସହଯୋଗ କରିଥିବା ସ୍ପିକୃତ୍ତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ମଧ୍ୟ ଏରୋପ୍ଳାନ ଧନ୍ୟବାଦ ଜଣାଇଛନ୍ତି.






