ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:
ଭୁବନେଶ୍ୱରରେ ପଡିଲା ଡିପ ଡିପ୍ରେସନର ପ୍ରଭାବ | କିଛି ସ୍ଥାନରେ ପ୍ରବଳ ବର୍ଷାରେ ରାସ୍ତାଘାଟ ବୁଡ଼ିଥିବାବେଳେ ଜନ ଜୀବନ ପ୍ରଭାବିତ ହୋଇଛି | ଅନେକ ଅଞ୍ଚଳରେ ସ୍କୁଲଗୁଡିକ ବନ୍ଦ ରଖାଯାଇଛି |ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଣାଳୀ ଏକ ଗଭୀର ଅବପାତ (Deep Depression) ରୂପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି | ଏହାର ପ୍ରଭାବରେ ଭୁବନେଶ୍ୱର ଏବଂ ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୨୩ ରୁ ୨୫ ସେପ୍ଟେମ୍ବର ୨୦୬ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି |

ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଭଳି ୧୧ଟି ଜିଲ୍ଲା ପାଇଁ ପ୍ରଶାସନ ପକ୍ଷରୁ ରେଡ୍ ଓ ଅରେଞ୍ଜ ଆଲର୍ଟ ଜାରି କରାଯଇଛି |ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୫୫ ରୁ ୬୫ କିଲୋମିଟର ଏବଂ ଝଟକା ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ | ଭୁବନେଶ୍ୱର ସ୍ଥିତି: ରାଜଧାନୀ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗର ଆକଳନ କହୁଛି |






