ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ :
ମାନ୍ୟବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ତାଙ୍କ ଗସ୍ତ ସମୟରେ ସାଲେପୁରସ୍ଥିତ କୁଆଁପାଳ ଛକରେ ଉତ୍କଳ ଗୌରବ ଶ୍ରୀ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସେ ସାଲେପୁର ବଜାରସ୍ଥିତ ମା’ ସାହେଶ୍ୱରୀ ମନ୍ଦିରକୁ ଯାଇ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।
ଏହି ଅବସରରେ ଶତାଧିକ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ମାନ୍ୟବର ସାଂସଦ ମହୋଦୟଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ।






