ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ମୁରିବାହାଲ, ତା ୨୩/୦୯/୨୬ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଗୁଞ୍ଚିତରା ଗ୍ରାମରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ସୂଚନା ମୁତାବକ, ଗୋପାଳ ଦୋରା ଦୋକାନରେ ପୂଜା କରି ଦୀପ ଜାଳିଥିଲେ। ପରେ ପବନ ଆସିବାରୁ ଦୀପଟି କିରାନା ଦୋକାନରେ ଥିବା ପେଟ୍ରୋଲ ସଂସ୍ପର୍ଶରେ ଆସିଥିଲା। ଫଳରେ ଦୋକାନଟି ଜଳିଯାଇଥିଲା। ଏହି ସମୟରେ ଗୋପାଳ ଦୋରାଙ୍କ ମାଆ ଦ୍ରୌପଦୀ ଦୋରା ଦୋକାନରେ ଥିବା ଟଙ୍କା ପୋଡ଼ିଯିବ ଭାବି ଆଣିବାକୁ ଯିବା ସମୟରେ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଗୁରୁତର ମହିଳାଙ୍କ ଚିକିତ୍ସା ସହ ଆର୍ଥିକ ସହାୟତା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।






