ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଜଗତସିଂହପୁର ଚର୍ଚ୍ଚିକା ବଜ଼ାର :ନିଷ୍କାସନ ଅଭାବରୁ ରାସ୍ତାରେ ଭରିଛି ବର୍ଷା ପାଣି

ଜଗତସିଂହପୁର ଚର୍ଚ୍ଚିକା ବଜ଼ାର :ନିଷ୍କାସନ ଅଭାବରୁ ରାସ୍ତାରେ ଭରିଛି ବର୍ଷା ପାଣି – ସମୀକ୍ଷା ଖବର


ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:

ଜଗତସିଂହପୁରରେ ଆଜି ଲଗାଣ ବର୍ଷା ଦିନଭର ତୁହା କୁ ତୁହା ବରଷିଚାଲିଛି |ନିଷ୍କାସନ ଅଭାବରୁ ଚର୍ଚ୍ଚିକା ବଜ଼ାର ରାସ୍ତାରେ ବର୍ଷାପାଣି ଜମାବାନ୍ଦିଛି |ଯାତାୟାତ ଗାଡିଵାଲା ପାଣି ଛିଟକାଇ ଆଗକୁ ଆଗକୁ ମାଡି ଚାଲିଛନ୍ତି |ବିଚରା ଦିଚକିଆ ଚାଳକ ,ସାଇକଲ ଚଲାଳୀ ଓ ପାଦଚଲାଲୋକଟି ପାଣିଛିଟକା ଓ କାଦୁଅ ହୋଇ ଘରକୁ ଫେରି ବାର ଅଭିଯୋଗ କରୁଛନ୍ତି |ପ୍ରକାଶଥାଉ କି,ଆଜି ଦିନ ତମାମ ଅନବରତ ବର୍ଷା ଚାଲିଛି |ଜଗତସିଂହପୁର ବସ ଷ୍ଟାଣ୍ଡ ଠାରୁ ପାରାଦ୍ୱୀପ ଯିବା ରାସ୍ତାରେ, ଚର୍ଚ୍ଚିକା ବଜ଼ାର ପାଖରେ ରାସ୍ତାର ନିଷ୍କାସନର ଭଲ ବ୍ୟବସ୍ତା ନାହିଁ |ବର୍ଷା ଟିକିଏ ହେଲେ ରାସ୍ତାରେ ପାଣି ଜମାହେବା ଏକ ନୀତିଦିନିୟା ଦୃଶ୍ୟ ପାଲଟିଛି |ଏହାର ପ୍ରତିକାର ପାଇଁ ରାସ୍ତା ଓ ପୂର୍ତ୍ତ ବିଭାଗର ଅଭିଜନ୍ତାଙ୍କ ଦୃଷ୍ଟି ଆକର୍ଷଣ ହୋଇନାହିଁ |

ଜଗତସିଂହପୁର ଚର୍ଚ୍ଚିକା ବଜ଼ାର :ନିଷ୍କାସନ ଅଭାବରୁ ରାସ୍ତାରେ ଭରିଛି ବର୍ଷା ପାଣି – ସମୀକ୍ଷା

ସ୍ୱଦେଶୀ ଜାଗରଣ ବରିଷ୍ଠ ନାଗରିକ ମଞ୍ଚ ସଂଯୋଜଗ ଭଗବାନ ମହାନ୍ତି କହିବା ଅନୁଯାଇ ବସ ଷ୍ଟାଣ୍ଡରୁ ପୁରୁଷୋତମପୁର ପର୍ଯ୍ୟନ୍ତ ରାସ୍ତା କଡରେ ନିଷ୍କାସନ ବ୍ୟବସ୍ଥାକୁ ଠିକହବା ଆବଶ୍ୟକ | ରାସ୍ତା ପାର୍ଶ୍ଵର ନିଷ୍କାସନ ବ୍ୟବସ୍ତାକୁ ଠିକ କରିବାପାଇଁ ସଡ଼କ ଓ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ନିବେଦନ ଆମ ମଞ୍ଚ ଭେଟ କରି କହିବ |କର୍ତ୍ତୃପକ୍ଷ ମଧ୍ୟ ଆଖିକାନ ଖୋଲା ରଖି ବର୍ଷା ଆଗରୁ ତୟାର କରିବାର ଆବଶ୍ୟକ ଥିଲା|
ଜଗତସିଂହପୁର,ବରିଷ୍ଟ ନାଗରିକ ସଙ୍ଘ ସଭାପତି ମଧୁସୂଦନ ସାହୁ, ସେ ମଧ୍ୟ ଜଗତସିଂହପୁରର ପ୍ରାକ୍ତନ ପୌରାଧ୍ୟକ୍ଷ, କହିଛନ୍ତି ଜିଲା କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବା ଦରକାର | ତାଙ୍କ ସଙ୍ଘ ଜିଲ୍ଲାପାଳଙ୍କୁ ଭେଟି ଏହି ରାସ୍ତାର ଉଚ୍ଚିତ ମରାମତି ପାଇଁ ତାଙ୍କର ଅବଗତ କରାଇବେ |

ଜଗତସିଂହପୁର ଚର୍ଚ୍ଚିକା ବଜ଼ାର :ନିଷ୍କାସନ ଅଭାବରୁ ରାସ୍ତାରେ ଭରିଛି ବର୍ଷା ପାଣି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗଭୀର ଅବପାତ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ପାରାଦୀପ ବନ୍ଦର