ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:
ବାହ୍ୟ ଜଗତ ରୁ ବିର୍ଚିନ ହୋଇଛି ନୂଆ ଗଡ ଗ୍ରାମପଞ୍ଚାୟତ ର ବିଜୟ ଚାନ୍ଦ ପୂର୍ ଗ୍ରାମ ଭାଙ୍ଗି ଯାଇଛି ଏକ ମାତ୍ର ପୋଲ ପାଣିର ପ୍ରଖର ଶ୍ରୋତ ଯୋଗୁ ଲୋକମାନେ କେହି ଗ୍ରାମ ଭିତରକୁ ଯାଇ ପାରୁ ନାହାନ୍ତି କି ଗ୍ରାମ ରୁ କେହି ଲୋକ ବାହାରକୁ ଆସି ପାରୁ ନାହାନ୍ତି, ଲୋକମାନେ ପ୍ରାୟ ଚାରି ଘଣ୍ଟାଧରି ଜଳବନ୍ଦୀ ଅବସ୍ଥା ରେ ଥିଲେ ଏବଂ ବର୍ଷାର ପ୍ରଭାବରେ କେତକ ଘର ମଧ୍ୟ ଭୁଷୁଡ଼ି ପଡ଼ିଥିବା ବେଳେ ଗ୍ରାମବସି ମାନେ ବହୁତ ସମସ୍ୟାର ସମୁଖୀନ ହୋଇ ଥିଲେ, ଏହି ଖାବର ପାଇ ମୁନିସିପାଲିଟିର ପୌରାଧକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ୱାଳ ସେହି ସ୍ଥାନ ପରିଦର୍ଶନ କରି ସେଠାକାର ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଲୋକ ମାନଙ୍କ ଥଇଥାନ ଓ ରିଲିଫ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ ଏବଂ ସେଠାରେ ଯିବାଆସିବା ପାଇଁ ଏକ ଅସ୍ଥାୟୀ ପୋଲ ନିର୍ମାଣ ପାଇଁ ନିର୍ଦେଶ ଦେଇଥିଲେ






