ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ମୁରିବାହାଲ, ତା ୨୫/୦୯/୨୬ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ମଲାପଡ଼ା ଗାଁ ନିକଟରେ ୫୯ ନମ୍ବର ରାଜପଥରେ ଶୁକ୍ରବାର ଲଘୁଚାପ ବର୍ଷା ଯୋଗୁଁ ଏକ ବମୁର ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଉଭୟ ପଟରୁ ଯାନବାହାନ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସୂଚନା ମୁତାବକ, ୫୯ ନମ୍ବର ରାଜପଥ ବଙ୍ଗୋମୁଣ୍ଡାରୁ ଟିଟିଲାଗଡ଼କୁ ସଂଯୋଗ କରୁଥିବାରୁ ଏହି ରାସ୍ତା ଦେଇ ଶହଶହ ଗାଡ଼ିମୋଟର ଯିବାଆସିବା କରିଥାଏ। ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ତତ୍ପରତାର ସହ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିଥିଲେ।






