ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଜିଲ୍ଲାସ୍ତରୀୟ ପ୍ରୋମୋ ରନ୍’ ଆୟୋଜିତ; ୨୦୦ରୁ ଉର୍ଦ୍ଧ୍ୱ ଦୌଡ଼ବିତ୍‌ଙ୍କ ଅଂଶଗ୍ରହଣ

ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଜିଲ୍ଲାସ୍ତରୀୟ ପ୍ରୋମୋ ରନ୍’ ଆୟୋଜିତ; ୨୦୦ରୁ ଉର୍ଦ୍ଧ୍ୱ ଦୌଡ଼ବିତ୍‌ଙ୍କ ଅଂଶଗ୍ରହଣ – ସମୀକ୍ଷା ଖବର


ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:

କେନ୍ଦୁଝର, ୨୭/୦୯:ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ ଅବସରରେ କେନ୍ଦୁଝର ଜିଲ୍ଲାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ, ଅନ୍ୟନ୍ୟ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାର ବ୍ୟାପକ ପ୍ରଚାର ପ୍ରସାର ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୭ ସେପ୍ଟେମ୍ବର, ରବିବାର ସକାଳେ ଏକ ‘ଜିଲ୍ଲାସ୍ତରୀୟ ପ୍ରୋମୋ ରନ୍’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଓଡ଼ିଶାକୁ ଫିଟନେସ୍, ୱେଲନେସ୍ ଏବଂ ସକ୍ରିୟ ପର୍ଯ୍ୟଟନର ଏକ ପ୍ରମୁଖ ଗନ୍ତବ୍ୟ ସ୍ଥଳ ଭାବେ ଉପସ୍ଥାପିତ କରିବା ସହ କେନ୍ଦୁଝରର ସମୃଦ୍ଧ ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ସାରା ରାଜ୍ୟ ତଥା ଦେଶ ଆଗରେ ପରିଚିତ କରାଇବା ଏହି ରନ୍‌ର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।
ପୁରୁଣା ସହରସ୍ଥିତ ପ୍ରସିଦ୍ଧ ଐତିହାସିକ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରୁ ସକାଳ ୭:୦୦ ମିନିଟ୍‌ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରବୀନ୍ଦ୍ର ପ୍ରଧାନ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଏବଂ ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାୟକ ପତାକା ଦେଖାଇ ଏହି ପ୍ରୋମୋ ରନ୍‌ର ଶୁଭାରମ୍ଭ କରିଥିଲେ। ଦୌଡ଼ାଳିମାନେ ବଳଦେବଜୀଉ ମନ୍ଦିରରୁ ବାହାରି ପବିତ୍ର ସିଦ୍ଧ ମଠ ପର୍ଯ୍ୟନ୍ତ ୫ କିଲୋମିଟର ଦୂରତା ଦୌଡ଼ିଥିଲେ ଏବଂ ସେଠାରୁ ପୁନର୍ବାର ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣକୁ ଫେରିଥିଲେ।

ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଜିଲ୍ଲାସ୍ତରୀୟ ପ୍ରୋମୋ ରନ୍’ ଆୟୋଜିତ; ୨୦୦ରୁ ଉର୍ଦ୍ଧ୍ୱ ଦୌଡ଼ବିତ୍‌ଙ୍କ ଅଂଶଗ୍ରହଣ – ସମୀକ୍ଷା

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା, ଉପ-ଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତିର୍ମୟୀ ନାଏକ, ପର୍ଯ୍ୟଟନ ବିଭାଗର କନିଷ୍ଠ ସହାୟକ ବିକ୍ରମ କେଶରୀ ପାତ୍ର, ଜିଲ୍ଲା ସଂସ୍କୃତି ପରିଷଦର କନିଷ୍ଠ ସହାୟକ ସନ୍ଦୀପ କୁମାର ସାହୁ ଏବଂ ସ୍ପୋର୍ଟସ ହୋଷ୍ଟେଲର ସୀନିୟର କୋଚ୍ ଜିତେନ୍ଦ୍ର ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ଅବସରରେ ସମୟଶ୍ରୀ ଚାଟର୍ଜି କାର୍ଯ୍ୟକ୍ରମର ଧାରାବିବରଣୀ ପ୍ରଦାନ କରିଥିଲେ।ଏହି ରନ୍‌ରେ ଜିଲ୍ଲାର ବିଭିନ୍ନ ରନିଂ କ୍ଲବ୍, କ୍ରୀଡ଼ାପ୍ରେମୀ, ଯୁବ ବର୍ଗ, ସ୍ଥାନୀୟ ସଚେତନ ନାଗରିକ, ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଅନେକ ବରିଷ୍ଠ ନାଗରିକ ମଧ୍ୟ ସ୍ୱଇଚ୍ଛାରେ ଏହି ଦୌଡ଼ରେ ଅଂଶଗ୍ରହଣ କରିଥିଲେ। “ସମୁଦ୍ର ଓ ଦିବ୍ୟତାର ମିଳନସ୍ଥଳୀରେ ଦୌଡ଼” (Run where ocean meets the divine) ବାର୍ତ୍ତା ସହ କେନ୍ଦୁଝର ଜିଲ୍ଲାର ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ, ଜଳପ୍ରପାତ ଓ ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା ତଥା ସଂରକ୍ଷଣ ପାଇଁ ଏହି ଅବସରରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
ଅଂଶଗ୍ରହଣକାରୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମର ସଫଳତା ପାଇଁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସମସ୍ତ ସହଯୋଗୀ ଅନୁଷ୍ଠାନ, ଅଂଶଗ୍ରହଣକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଜିଲ୍ଲାସ୍ତରୀୟ ପ୍ରୋମୋ ରନ୍’ ଆୟୋଜିତ; ୨୦୦ରୁ ଉର୍ଦ୍ଧ୍ୱ ଦୌଡ଼ବିତ୍‌ଙ୍କ ଅଂଶଗ୍ରହଣ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଉନ୍ନତ ବିଦ୍ୟୁତ୍ ସେବାର ପ୍ରତିଶ୍ରୁତି,ସାମାନ୍ୟ ପବନରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ,ଅଭିଯୋଗ ପରେ ବି ସୁଧୁରୁନି ସ୍ଥିତି