ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବସ୍ତି ଫାଟକଠାରୁ ପ୍ରାୟ ୧୦୦ ମିଟର ଦୂରରେ ଆଜି ସକାଳେ ରେଳ ଲାଇନ୍ କଡ଼ରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୁରିବାହାଲ ଷ୍ଟେସନରୁ କଣ୍ଟାବାଞ୍ଜି ଯିବା ଲାଇନ୍ କଡ଼ରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ମୃତକଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ଶରୀର ଛିନ୍ନଭିନ୍ନ ଅବସ୍ଥାରେ ପଡ଼ିଥିଲା, ଯାହା ଦେଖିବାକୁ ଅତ୍ୟନ୍ତ ଭୟଙ୍କର ଥିଲା। ଖବର ସଂଗ୍ରହ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଜିଆରପି କିମ୍ବା ଆରପିଏଫ୍ ପହଞ୍ଚି ନଥିବା ସୂଚନା ମିଳିଛି। ଏହା ଆତ୍ମହତ୍ୟା, ଟ୍ରେନରୁ ପଡ଼ି ମୃତ୍ୟୁ ନା ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଛି, ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।






