Headlines

ରାଉରକେଲାରେ ନଗର ସ୍ୱାସ୍ଥ୍ୟ ସମନ୍ୱୟ ବୈଠକ ଅନୁଷ୍ଠିତ: ଡେଙ୍ଗୁ ନିୟନ୍ତ୍ରଣ ଓ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟସେବାର ସମୀକ୍ଷା

ଲିପିକା ଦାସ // ସ୍ୱତନ୍ତ୍ର ପ୍ରତିନିଧି // ସୁନ୍ଦରଗଡ: ରାଉରକେଲା ମହାନଗର ନିଗମ (RMC) ସମ୍ମିଳନୀ କକ୍ଷଠାରେ, ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ, ନଗର ସ୍ୱାସ୍ଥ୍ୟ ସମିତି,ରାଉରକେଲା ଆନୁକୂଲ୍ୟରେ ଏକ “ନଗର ସ୍ୱାସ୍ଥ୍ୟ ସମନ୍ୱୟ ବୈଠକ” କମିଶନର ମହାନଗର ନିଗମ ସୁଶ୍ରୀ ଧୀନା ଦସ୍ତାଗୀର ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ମହାନଗର ର ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ବିଷୟଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା:
ଡେଙ୍ଗୁ ପ୍ରତିରୋଧ ପ୍ରସ୍ତୁତି ପାଇଁ ଡ୍ରାଏଡେ କୁ ଗୁରୁତ୍ୱ ଦିଆଯାଇ ଡେଙ୍ଗୁ ସଂକ୍ରମଣ ରୋକିବା ପାଇଁ ପରିଷ୍କାର-ପରିଚ୍ଛନ୍ନତା ପ୍ରକ୍ରିୟା ଜୋରଦାର କରିବା ପାଇଁ ଉପସ୍ଥିତ RSP, Railway,NIT, RMC, ଶିକ୍ଷା ଅଧିକାରୀ ଙ୍କୁ ମଶା ଲାର୍ଭା ବିନଷ୍ଟ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ର କାର୍ଯ୍ୟକ୍ରମ ଗୁଡିକ ଉପରେ ବିଭିନ୍ନ ବିଭାଗ ର ଦାୟିତ୍ୱ ଓ ଗୋଷ୍ଠୀ ସହାଭାଗିତା କୁ ଗୁରୁତ୍ୱ ଦିଆ ଯାଇଥିଲା l ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ
ସ୍ୱାସ୍ଥ୍ୟ ସୂଚକାଙ୍କ ସମୀକ୍ଷା ସହିତ ସହରାଞ୍ଚଳରେ ଚାଲିଥିବା ବିଭିନ୍ନ ସ୍ୱାସ୍ଥ୍ୟ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, HPV ଟିକାକରଣ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ୱାସ୍ଥ୍ୟ ସୂଚକାଙ୍କର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ଏହି ବୈଠକରେ ଅତିରିକ୍ତ ସହରାଞ୍ଚଳ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା: ଶ୍ରୀମନ୍ତ ପଟ୍ଟନାୟକ, ସହ ଅଧକ୍ଷ ରାଉରକେଲା ସରକାରୀ ଚିକତ୍ସାଲୟ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଟିବି ଓ କୁଷ୍ଠ,ନଗର ସ୍ୱାସ୍ଥ୍ୟ ଅଧିକାରି, ସମସ୍ତ ସହରାଞ୍ଚଳ ସ୍ଵାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ, ରାଜ୍ୟ ଓ ଜିଲ୍ଲା ପ୍ରବନ୍ଧକ ଓ ପରାମର୍ଶଦାତା ଏବଂ ସଂପୃକ୍ତ ବିଭାଗୀୟ ପ୍ରତିନିଧିମାନେ ଉପସ୍ଥିତ ରହି ସହରବାସୀ ଙ୍କର ବିଭନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧିତ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ l

Leave a Reply

Your email address will not be published. Required fields are marked *