ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

MMDR ସଂଶୋଧନ ଆଇନକୁ ନେଇ ବିଜେଡିର ବିକ୍ଷୋଭ ପ୍ରଦର୍ଶନ”ସାମିଲ ହେଲେ ଝାରସୁଗୁଡା ଜିଲ୍ଲା ଶତାଧିକ ନେତା ଓ କର୍ମୀ “

MMDR ସଂଶୋଧନ ଆଇନକୁ ନେଇ ବିଜେଡିର ବିକ୍ଷୋଭ ପ୍ରଦର୍ଶନ”ସାମିଲ ହେଲେ ଝାରସୁଗୁଡା ଜିଲ୍ଲା ଶତାଧିକ ନେତା ଓ କର୍ମୀ “ – ସମୀକ୍ଷା ଖବର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା:

ଝାରସୁଗୁଡା, ୨୮/୯ : MMDR ସଂଶୋଧିତ ଆଇନକୁ ନେଇ ଓଡ଼ିଶା ରାଜନୀତିରେ ତୀବ୍ର ହୋଇଛି ବିବାଦ l ଆଇନ ପ୍ରତ୍ୟାହାର ଦାବିରେ ରାଜଧାନୀର ଲୋୟର ପିଏମଜିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗଣବିକ୍ଷୋଭ ଓ ପ୍ରତିବାଦ ସମାବେଶ ଆୟୋଜିତ ହୋଇଛି l ରାଜ୍ୟର ବିଭିନ୍ନ ଜିଲ୍ଲା ଓ ନିର୍ବାଚନମଣ୍ଡଳୀରୁ ବିଜେଡି ନେତା, କର୍ମୀ ଓ ସମର୍ଥକମାନେ ଏଥିରେ ସାମିଲ ହୋଇଛନ୍ତି l MMDR ସଂଶୋଧନ ଆଇନ ରାଜ୍ୟର ଖଣିଜ ସମ୍ପଦ, ଖଣି ଓ ଖଣି ଥିବା ଜମି ଉପରେ ରାଜ୍ୟର ଅଧିକାର ଏବଂ ରାଜସ୍ୱ ସ୍ୱାର୍ଥକୁ ପ୍ରଭାବିତ କରିବ ବୋଲି ବିଜେଡି ଅଭିଯୋଗ କରିଛି l ଏହି ଆଇନ ଯୋଗୁଁ ଓଡ଼ିଶା ପ୍ରତିବର୍ଷ ବିପୁଳ ରାଜସ୍ୱ ହରାଇବ ବୋଲି ଦଳ ଦାବି କରିଛି l ଲୋୟର ପିଏମଜିରେ ଆୟୋଜିତ ଗଣବିକ୍ଷୋଭରେ ଝାରସୁଗୁଡ଼ା ଜିଲ୍ଲାର ଶତାଧିକ ଦଳୀୟ ନେତା ଓ କର୍ମୀ ଯୋଗଦେଇଛନ୍ତି l ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରାଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଜିଲ୍ଲାରୁ ବହୁ ସଂଖ୍ୟାରେ ଦଳୀୟ କର୍ମୀମାନେ ରାଜଧାନୀରେ ପହଞ୍ଚି ଆନ୍ଦୋଳନରେ ସାମିଲ ହୋଇଥିଲେ l ଝାରସୁଗୁଡ଼ା ଏକ ଖଣି ଓ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବାରୁ MMDR ସଂଶୋଧନ ଆଇନର ପ୍ରଭାବକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି l ଖଣିଜ ସମ୍ପଦ, ରାଜସ୍ୱ ଓ ରାଜ୍ୟର ଅଧିକାର ସମ୍ପର୍କିତ ଏହି ପ୍ରସଙ୍ଗରେ ଦଳୀୟ ନେତା ଓ କର୍ମୀମାନେ ଏକଜୁଟ ହୋଇ ଆନ୍ଦୋଳନରେ ଭାଗ ନେଇଥିବା ଜିଲ୍ଲା ସଭାପତି ଗଣତ୍ରା ସୂଚନା ଦେଇଛନ୍ତି l

MMDR ସଂଶୋଧନ ଆଇନକୁ ନେଇ ବିଜେଡିର ବିକ୍ଷୋଭ ପ୍ରଦର୍ଶନ”ସାମିଲ ହେଲେ ଝାରସୁଗୁଡା ଜିଲ୍ଲା ଶତାଧିକ ନେତା ଓ କର୍ମୀ “ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଅନନ୍ତପୁର ଜିପି :ଚାପେ ଚର୍ଚ୍ଚା