
ଭଗବାନ ମହାନ୍ତି/ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 29/09/2026:ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟରେ ସ୍ୱଦେଶୀ ଜାଗରଣ ମଞ୍ଚ ସହାୟତାରେ ମହାବିଦ୍ୟାଳୟର ପ୍ରେଖ୍ୟାଳୟରେ 845ଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ ଏକ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ବହୁ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି |ମହାବିଦ୍ୟାଳୟର ଅଧକ୍ଷା ସୁଜାତା ଓତ୍ତା ଏହି ସମିଳନୀକୁ ପୌରହିତ କରିଥିଲେ | ପ୍ରକାଶ ଥାଉ କି, ସ୍ୱଦେଶୀ ଜାଗରଣ ମଞ୍ଚ ଦେଶ ବ୍ୟାପି ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ମାନଙ୍କରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅଗଷ୍ଟ 21 ଠାରୁ ଅକଟୋବର 2ପର୍ଯ୍ୟନ୍ତ କରିଆସୁଛନ୍ତି |ସେଥିପାଇଁ ଦେଶରେ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାବଲମ୍ବୀ ଓ ଅତ୍ମନିର୍ଭର କରାଇ ଉଦ୍ୟମୀ ବନେଇବାପାଇଁ ଏହି ପ୍ରୋତ୍ସାହନ କାର୍ଯ୍ୟକ୍ରମ ହୋଇଆସୁଅଛି|ସ୍ୱଦେଶୀ, ଆତ୍ମନିର୍ଭରତା ମାଧ୍ୟମରେ ପିଲାମାନେ ନିଜ ଗୋଡ଼ରେ ନିଜେ ଛିଡା ହୋଇ ଅନ୍ୟକୁ ବି କାମ ଦେଇପାରିବେ |ଆତ୍ମନିର୍ଭର ଭାରତ, ବିକଶିତ ଭାରତ ହେଵାକୁହେଲେ ପ୍ରତେକ ବ୍ୟକ୍ତି ଙ୍କ ହାତକୁ କାମ ଯୋଗାଇବା ଓ ସେ ନିଜର ପରିବାରର ଭରଣପୋଷଣ କରିପାରିବା ଅଟେ |ଏହାଦ୍ୱାରା ପ୍ରତେକ ବେକ୍ତି ସମୃଦ୍ଧ ହେବା ସହ ଭାରତ ବିକଶିତ ହୋଇପାରିବ |ଭାରତ ବିଶ୍ଵ ଗୁରୁ ବନି ବିଶ୍ଵଶାନ୍ତି ପ୍ରଦାନ କରିବା ସମଗ୍ର ବିଶ୍ଵକୁ |ଉକ୍ତ ଉକ୍ତି ସ୍ୱାବଲମ୍ବନ କେନ୍ଦ୍ର ପାଳକ ଭଗବାନ ମହାନ୍ତି କହିଛନ୍ତି |
ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ |ସ୍ୱଦେଶୀ ଜାଗରଣ ମଞ୍ଚର ବିଜ୍ଜୟ ରାଉତ, ପ୍ରଦୀପ ଷଡ଼ଙ୍ଗୀ, ଭଗବାନ ସ୍ୱାଇଁ, ଭଗବାନ ମହାନ୍ତି, ଜ୍ଞାନ ପରିଡା, ମନୋଜ ମହାପାତ୍ର ଓ ଡ଼ ଶୁଭଶ୍ରୀ ମହାନ୍ତି ମହାବିଦ୍ୟାଳୟ ତରଫରୁ ମଞ୍ଚ ଉପରେ ଉପସ୍ଥିତ ଥିଲେ





