ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ :
ବାଲିଗୁଡା ତା 29/9/26
ଗାଁ କୁ ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ପୁଣି ୬ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ପଞ୍ଚାୟତର କାଞ୍ଜୁମାହା ନିକଟସ୍ଥ ନୁଆପଦର ଗାଁ ର ନଳିନୀ ମଳିକ ନାମକ ଜଣେ ମହିଳା କୌଣସି କାରଣ ବଶତଃ ତଳେ ପଡ଼ିଯିବା ପରେ ତାଙ୍କ ଗୋଡ଼ ଓ ଅଣ୍ଟାରେ ଆଘାତ ଲାଗିଥିଲା । ଗାଁ କୁ ଭଲ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ଯାଇ ପାରେନି । ଏଣୁ ବାଧ୍ୟ ହୋଇ ପରିବାର ଲୋକେ ଏକ ଖଟରେ ଭାର କରି ୬ କିଲୋମିଟର ବୋହି ଆଣିବା ପରେ ସେଠାରୁ ଏକ ଅଟୋରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିବା ଦେଖିବାକୁ ମିଳିଛି । ଗୁମିକିଆ ପଞ୍ଚାୟତର ଗୁଡ୍ରିପାଙ୍ଗା, କାଞ୍ଜୁମାହା,ନୁଆପଦର ଭଳି ତିନୋଟି ଗାଁ ରେ ପ୍ରାୟ ୪୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ଗାଁ କୁ ଭଲ ରାସ୍ତାଟିଏ ନିର୍ମାଣ କରିବା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ । ତେବେ ସରକାର ଙ୍କ ମାଳ ମାଳ ଯୋଜନା ଗ୍ରମାଞ୍ଚଳ ମାନଙ୍କରେ ପହଁଞ୍ଚି ପାରୁନି l ଏଭଳି କନ୍ଧମାଳ ଜିଲ୍ଲା ର ଅନେକ ଆଦିବାସୀ ଅଞ୍ଚଳ ରହିଛି ପକା ରାସ୍ତାଟିଏ ନଥିବାରୁ ଯାହାରି ଫଳରେ ବର୍ଷ ବର୍ଷ ଧରି ଅଞ୍ଚଳବାସୀ ଏଭଳି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଗ୍ରାମବାସୀ। ତେଣୁ ଜିଲ୍ଲା ପ୍ରଶାସନ ଏଭଳି ଅଞ୍ଚଳ କୁ ଦୃଷ୍ଟି ଦେବାକୁ ଦାବି କରୁଛନ୍ତି ଅଞ୍ଚଳବାସି l






