ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଟୁପାଉଡ଼ର ଖେଳପଡ଼ିଆରେ ଜଳ ନିରାପତ୍ତା ଓ ସରକାରୀ ଯୋଜନା ରୂପାୟନ ନେଇ ଗ୍ରା.ପ. ସ୍ତରୀୟ ସମନ୍ୱୟ ମେଳା

ଟୁପାଉଡ଼ର ଖେଳପଡ଼ିଆରେ ଜଳ ନିରାପତ୍ତା ଓ ସରକାରୀ ଯୋଜନା ରୂପାୟନ ନେଇ ଗ୍ରା.ପ. ସ୍ତରୀୟ ସମନ୍ୱୟ ମେଳା – ସମୀକ୍ଷା ଖବର

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ମୁରିବାହାଲ, ତା. ୨୯.୦୯.୨୦୨୬ (ଭଗବାନ ମହାନ୍ତି)ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଟୁପାଉଡ଼ାର ଗ୍ରାମ ଖେଳପଡିଆ ଠାରେ “ଜଳ ନିରାପତ୍ତା ଓ ସରକାରୀ ଯୋଜନା ଗୁଡିକର ସଫଳ ରୂପାୟନ” ନିମନ୍ତେ ଟୁପାଉଡ଼ାର ଗ୍ରାମ ପଞ୍ଚାୟତ ସ୍ତରୀୟ ଏକ ସମନ୍ୱୟ ମେଳା ଜନମୁକ୍ତି ଅନୁଷ୍ଠାନ ଓ ଗ୍ରାମ ବିକାଶ ସଂସ୍ଥାଙ୍କ ସହଯୋଗରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅର୍ଣ୍ଣ ବାଗ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ, ଓଡିଶା ଜୀବିକା ମିଶନର ବିପିଏମ୍ ଡ଼ଃ . ଗୋପାଳ କୃଷ୍ଣ ଦୀପ, ଅତିରିକ୍ତ କୃଷି ଅଧିକାରୀ ଅଭିନାଶ ପାଣିଗ୍ରାହୀ, ସ୍ୱାସ୍ଥ୍ୟ ବିଭାଗରୁ ଏମପିଏଚଡବ୍ଲୁ ଲେବେଲ-୧ ଶେଷଦେବ ବାଇ, ମାଲିଶିରା/ଲେବେଡା ଗ୍ରାମ ପଞ୍ଚାୟତର ପିଇଓ ଅର୍ଜୁନ ଛୁରା, ଗ୍ରାମ ପଞ୍ଚାୟତ ସଂଯୋଜନା କମିଟିର ସଭାପତି ଉଆଁସୁ ପୁଟେଲ, ସମ୍ପାଦକ ପୀତବାସ ବେହେରା ମଞ୍ଚାସୀନ ଥିଲେ।

ଟୁପାଉଡ଼ାର ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମର ଗ୍ରାମ ଉନ୍ନୟନ କମିଟିର ସଦସ୍ୟ, ୱାର୍ଡମେମ୍ବର, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସିଆରପି, ଏମବିକେ, ଉତ୍ପାଦକ ଗୋଷ୍ଠୀର ସଦସ୍ୟା, ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ଅଂଶୀଦାର ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଟୁପାଉଡ଼ର ଖେଳପଡ଼ିଆରେ ଜଳ ନିରାପତ୍ତା ଓ ସରକାରୀ ଯୋଜନା ରୂପାୟନ ନେଇ ଗ୍ରା.ପ. ସ୍ତରୀୟ ସମନ୍ୱୟ ମେଳା – ସମୀକ୍ଷା

ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ ଜଳ ନିରାପତ୍ତା, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମ ପଞ୍ଚାୟତର ଭୂମିକା, ଗ୍ରାମ ଓ ପଞ୍ଚାୟତ ସ୍ତରୀୟ ଯୋଜନା ପ୍ରସ୍ତୁତି ଓ ପାରଦର୍ଶୀ କ୍ରିୟାନ୍ୱୟନ ପାଇଁ ଜନ ସହଭାଗିତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମରୁଡ଼ି ଓ ଶୁଷ୍କ ଅଞ୍ଚଳରେ ଜଳ ସୁରକ୍ଷାକୁ ସୁଦୃଢ଼ କରିବା ସହ ବିଭିନ୍ନ ସରକାରୀ ଯୋଜନା ଓ ଜୀବିକା ଉନ୍ନତି ପାଇଁ ବିଭାଗୀୟ ସମନ୍ୱୟର ଆବଶ୍ୟକତା ଉପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଗ୍ରାମ ପଞ୍ଚାୟତ ସଂଯୋଜନା କମିଟି ଟୁପାଉଡ଼ାର ପ୍ରାଧାନ୍ୟତା ଭିତ୍ତିରେ ତାଙ୍କ ଯୋଜନା ଗୁଡିକୁ କର୍ମଶାଳାରେ ଉପସ୍ଥାପନ କରିଥିଲେ। ବିଭିନ୍ନ ବିଭାଗର ପ୍ରତିନିଧିମାନେ ସମ୍ପୃକ୍ତ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ବିଭିନ୍ନ ଗ୍ରାମରୁ ଆସିଥିବା ଦାବି ଗୁଡିକୁ ସରପଞ୍ଚଙ୍କ ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରାଯାଇ ମଞ୍ଜୁରୀ ଓ ସଫଳ ରୂପାୟନ ପାଇଁ ଅନୁରୋଧ କରାଯାଇଥିଲା।

ବିଜେପି ଜିଲ୍ଲା ସଭାପତି ଶ୍ରୀ ବେହେରା ସମସ୍ତ ଦାବିକୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସାଂସଦ ଓ ବିଧାୟକଙ୍କ ଜରିଆରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରାଇବାକୁ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ଏପିସି ପ୍ରକଳ୍ପ ଦ୍ୱାରା ଅଗ୍ରଣୀ ଚାଷୀ ଓ କୃଷି ଉଦ୍ୟୋଗୀଙ୍କ ଷ୍ଟଲ୍, ସ୍ୱାସ୍ଥ୍ୟ ବିଭାଗ ଓ ଏସଏଚଜି ଷ୍ଟଲ୍ ଲଗାଯାଇ ସେବା ଯୋଗାଇ ଦିଆଯାଇଥିଲା। ର୍ଯ୍ୟକ୍ରମକୁ ସଞ୍ଜୀବ କୁମାର ବାରିକ ପରିଚାଳନା କରିଥିବା ବେଳେ ଜନମୁକ୍ତି ଅନୁଷ୍ଠାନର ସମସ୍ତ କର୍ମୀ, ସ୍ୱେଚ୍ଛାସେବୀ, ଗ୍ରାମ ପଞ୍ଚାୟତ ସଂଯୋଜନା କମିଟି, ଗ୍ରାମ ବିକାଶ ସଂସ୍ଥାର ଅନିରୁଦ୍ଧ ପ୍ରମାଣିକ ଓ ଗୌତମ ଚନ୍ଦ୍ର ରାଉତ ସହଯୋଗ କରିଥିଲେ। ଶେଷରେ ଦେବକାନ୍ତି ଲୁହା ଧନ୍ୟବାଦ ଅର୍ପଣ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସଂସୁଦ ପ୍ରାଇଭେଟ୍ ଲିମିଟେଡେ ନାରେ ବଡ ଘୋଟାଲା ଠକି ନେଲେ ୩କୋଟି ୧୦ଲକ୍ଷ