ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:
କଣ୍ଟାବାଞ୍ଜି, ତା ୫/୧୦/୨୬: କଣ୍ଟାବାଞ୍ଜିରେ ଜମିଲା କବାଡ଼ିର ମହାମୁକାବିଲା। ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ୧୪ ଓ ୧୭ ବର୍ଷରୁ କମ୍ ବର୍ଗର ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା।ଚଳିତ ମା ସ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡ଼ା ମହୋତ୍ସବରେ ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକରୁ କୋଚ୍, ମ୍ୟାନେଜର ଓ ଖେଳାଳିଙ୍କୁ ମିଶାଇ ପ୍ରାୟ ୫୬୦ ଜଣ ଅଂଶଗ୍ରହଣ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ ଓ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ସାଂସଦ ପ୍ରତିନିଧି ରାଜେଶ ଅଗ୍ରୱାଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ବିଏସ୍ଏସ୍ଏ ସେକ୍ରେଟାରୀ ଶୁଭେନ୍ଦ୍ର ମହାନ୍ତି ଓ ପ୍ରତିଯୋଗିତା କନ୍ଭେନର ଧବଳେଶ୍ୱର ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ନିହାରିକା ନାଗ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ କ୍ରୀଡ଼ା ଶିକ୍ଷକ ହେମନ୍ତ ପ୍ରଧାନ ମଞ୍ଚ ସଂଯୋଜନା ଓ ତୁରେକେଲା ବିଇଓ ଶାନ୍ତନୁ ପଢ଼ିହାରୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିଯୋଗିତା ପରିଚାଳନାରେ ବିରଞ୍ଚି ନାରାୟଣ ଦାଶ, ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ବିନୋଦ ମହାପାତ୍ର, ଦୀନେଶ ମହାନନ୍ଦ, ମନୋଜ ମହାପାତ୍ର, ଉପେନ୍ଦ୍ର ଚନ୍ଦନ, ରାଜେନ୍ଦ୍ର ଧରୁଆ, ଡିଙ୍ଗର ମାଝୀ ଓ କୁନୁ ବାରିକ ପ୍ରମୁଖ ସହଯୋଗ କରୁଛନ୍ତି।





