ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଟିଟଲାଗଡ଼ର ଗୌରବ: ଇଣ୍ଡୋ-ନେପାଳ କରାଟେ ଚାମ୍ପିଅନସିପ୍‌ରେ ୨୩ଟି ପଦକ ବିଜୟୀ

ଟିଟଲାଗଡ଼ର ଗୌରବ: ଇଣ୍ଡୋ-ନେପାଳ କରାଟେ ଚାମ୍ପିଅନସିପ୍‌ରେ ୨୩ଟି ପଦକ ବିଜୟୀ – ସମୀକ୍ଷା ଖବର

ସନ୍ତୋଷ କୁମାର ପଟ୍ଟନାୟକ/ଟିଟିଲାଗଡ / ସମୀକ୍ଷା ନ୍ୟୁଜ୍ :

ଚଳିତ ଅକ୍ଟୋବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଭିଲାଇଠାରେ ଅନୁଷ୍ଠିତ ପ୍ରଥମ ‘ଇଣ୍ଡୋ-ନେପାଳ ଆନ୍ତର୍ଜାତୀୟ ଓପନ୍ କରାଟେ ଚାମ୍ପିଅନସିପ୍’ରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାସ୍ଥିତ ଟିଟଲାଗଡ଼ କରାଟେ ଆସୋସିଏସନ୍‌ର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଅନନ୍ୟ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଟିଟଲାଗଡ଼ରୁ ୮ ଜଣ ଝିଅ ଏବଂ ୭ ଜଣ ପୁଅଙ୍କୁ ନେଇ ମୋଟ ୧୫ ଜଣିଆ ଦଳ ଅଂଶଗ୍ରହଣ କରିଥିଲା। ଦଳର ଚମତ୍କାର ପ୍ରଦର୍ଶନ ବଳରେ ଛାତ୍ରଛାତ୍ରୀମାନେ ମୋଟ ୨୩ଟି ପଦକ ଜିତି ସହର ଏବଂ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ପଦକଗୁଡ଼ିକ ମଧ୍ୟରେ ୬ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ପଦକ ସାମିଲ ରହିଛି।

ଟିଟଲାଗଡ଼ର ଗୌରବ: ଇଣ୍ଡୋ-ନେପାଳ କରାଟେ ଚାମ୍ପିଅନସିପ୍‌ରେ ୨୩ଟି ପଦକ ବିଜୟୀ – ସମୀକ୍ଷା


କୋଚ୍ ସେନସେଇ ଜିତୁ ପ୍ରୁଷ୍ଟି ଏବଂ ସହ-କୋଚ୍ ସେନସେଇ ସମସେର୍ ଅଲିଙ୍କ ସଫଳ ମାର୍ଗଦର୍ଶନରେ ଦଳ ଏହି ସଫଳତା ହାସଲ କରିଛି। ବିଶେଷ ଭାବେ, ସେନସେଇ ଜିତୁ ପ୍ରୁଷ୍ଟି ଏହି ପ୍ରତିଷ୍ଠିତ ଚାମ୍ପିଅନସିପ୍‌ର ମୁଖ୍ୟ ଆୟୋଜକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଦଳରେ ଆସୋସିଏସନ୍‌ର ସମ୍ପାଦକ ସେନସେଇ କେଦାର କବାଟ, ଯୁଗ୍ମ ସମ୍ପାଦକ ସେନସେଇ ଜିତୁ ପ୍ରୁଷ୍ଟି ଏବଂ ସହ-କୋଚ୍ ସେନସେଇ ସମସେର୍ ଅଲି ସାମିଲ ଥିଲେ। ଏହି ବଡ଼ ସଫଳତା ପରେ ଅଭିଭାବକ ଓ ସ୍ଥାନୀୟ ଟିଟଲାଗଡ଼ବାସୀଙ୍କ ମଧ୍ୟରେ ବେଶ୍ ଆନନ୍ଦର ଲହରୀ ଖେଳିଯାଇଛି। ସମସ୍ତ ବିଜୟୀ ଖେଳାଳି, ପ୍ରଶିକ୍ଷକ ଏବଂ କର୍ମକର୍ତ୍ତାଙ୍କୁ ସର୍ବସାଧାରଣରେ ଭୂୟସୀ ପ୍ରଶଂସା କରାଯିବା ସହ ଶୁଭେଚ୍ଛାର ସୁଅ ଛୁଟିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୁରିବାହାଲରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ