ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଚିକିଟି ବ୍ଲକ ପ୍ରଶାସନର ବଡ଼ ଅବହେଳା ଯୋଗୁଁ ବିନା ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ର ଗାଡ଼ି ବିକଶିତ ଭାରତ ସଂକଳ୍ପ ସଭା ପ୍ରଚାରରେ ନିୟୋଜିତ

ଚିକିଟି ବ୍ଲକ ପ୍ରଶାସନର ବଡ଼ ଅବହେଳା ଯୋଗୁଁ ବିନା ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ର ଗାଡ଼ି ବିକଶିତ ଭାରତ ସଂକଳ୍ପ ସଭା ପ୍ରଚାରରେ ନିୟୋଜିତ – ସମୀକ୍ଷା ଖବର

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ସମୀକ୍ଷା ନ୍ୟୁଜ :

ଚିକିଟି ଏହି ବ୍ଲକ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପାଇଁ ନିୟୋଜିତ ଏକ ଗାଡ଼ିର ବୀମା ଓ ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଶେଷ ହୋଇଥିବା ନେଇ ଅଭିଯୋଗ ଉଠିଛି। ‘ବିକଶିତ ଭାରତ ସଂକଳ୍ପ ସଭା’ର ପ୍ରଚାର କାର୍ଯ୍ୟରେ ବ୍ୟବହୃତ OD02DG4987 ନମ୍ବର ବିଶିଷ୍ଟ ଗାଡ଼ିକୁ ନେଇ ଏହି ଅଭିଯୋଗ ସାମ୍ନାକୁ ଆସିଛି। ଭାହନ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଗାଡ଼ିଟିର ଇନ୍‌ସୁରାନ୍ସ ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC)ର ବୈଧତା ୨୮ ସେପ୍ଟେମ୍ବର ୨୦୨୬ରେ ଶେଷ ହୋଇଥିବା ଦାବି କରାଯାଇଛି। ନିୟମ ଅନୁଯାୟୀ ମୋଟର ଯାନ ଚଳାଚଳ ପାଇଁ ବୈଧ ବୀମା ସହ ଆବଶ୍ୟକ ଦସ୍ତାବିଜ ରହିବା ଜରୁରୀ।

ଚିକିଟି ବ୍ଲକ ପ୍ରଶାସନର ବଡ଼ ଅବହେଳା ଯୋଗୁଁ ବିନା ବୀମା ଓ ପ୍ରଦୂଷଣ ପ୍ରମାଣପତ୍ର ର ଗାଡ଼ି ବିକଶିତ ଭାରତ ସଂକଳ୍ପ ସଭା ପ୍ରଚାରରେ ନିୟୋଜିତ – ସମୀକ୍ଷା

ଏପରି ସ୍ଥଳେ ବିନା ବୀମା ଓ ପ୍ରଦୂଷଣ ପ୍ରମାଣପତ୍ରର ଗାଡ଼ିକୁ ସରକାରୀ କାର୍ଯ୍ୟକ୍ରମରେ କିପରି ନିୟୋଜିତ କରାଗଲା, ତାହାକୁ ନେଇ ବ୍ଲକ ପ୍ରଶାସନର ଦାୟିତ୍ୱବୋଧ ଉପରେ ପ୍ରଶ୍ନ ଉଠିଛି। ବିଶେଷକରି ସାଧାରଣ ଲୋକଙ୍କୁ ନିୟମ ପାଳନ କରିବାକୁ ସଚେତନ କରୁଥିବା ପ୍ରଶାସନ ନିଜେ ସରକାରୀ କାର୍ଯ୍ୟରେ ନିୟୋଜିତ ଯାନର କାଗଜପତ୍ର ଯାଞ୍ଚ କରିଥିଲା କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଯାନଟିର ଦସ୍ତାବିଜ ଯାଞ୍ଚ ନକରି ନିୟୋଜିତ କରାଯାଇଥିଲେ, ଏହା ପ୍ରଶାସନିକ ଅବହେଳା ବୋଲି ଅଭିଯୋଗକାରୀ ମାନେ କହିଛନ୍ତି।ଏନେଇ ସମ୍ପୃକ୍ତ ବ୍ଲକ ପ୍ରଶାସନ ଓ ପରିବହନ ବିଭାଗ ତୁରନ୍ତ ଘଟଣାର ଯାଞ୍ଚ କରିବା ସହ ଭାହନ ପୋର୍ଟାଲରେ ଥିବା ତଥ୍ୟର ସତ୍ୟତା ଯାଞ୍ଚ କରିବାକୁ ଦାବି ହୋଇଛି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ, ବୀମା ଓ PUCC ବିନା ଗାଡ଼ିକୁ ସରକାରୀ କାର୍ଯ୍ୟରେ କିଏ ଏବଂ କାହିଁକି ଏହି ଗାଡ଼ିକୁ ନିୟୋଜିତ କରିଥିଲେ ତାହା ଉପରେ ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ ନିୟମାନୁଯାୟୀ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଯୁଦ୍ଧ ନୁହେଁ : ଶାନ୍ତି ଚାହୁଁ ବାର୍ତ୍ତା ନେଇ ଏକାକୀ ଶ୍ରୀକ୍ଷେତ୍ର ରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା