ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଓଡିଶା ବନ୍ଦ: ସୁନ୍ଦରଗଡ଼ ବଣାଇ ରେ ଜୋରଦାର ପ୍ରଭାବ

ଓଡିଶା ବନ୍ଦ: ସୁନ୍ଦରଗଡ଼ ବଣାଇ ରେ ଜୋରଦାର ପ୍ରଭାବ – ସମୀକ୍ଷା ଖବର

ପ୍ରଦୀପ ଜିତ /ବଣାଇ /ସମୀକ୍ଷା ନ୍ୟୁଜ :

ଆଜି 8/10, ଓଡିଶା ବନ୍ଦ ବଣାଇ ଅଂଚଳ ରେ ଦେଖିବାକୁ ମିଳିଛି ଜୋରଦାର ପ୍ରଭାବ, ସକାଳ 6ଟା ସମୟରୁ କଂଗ୍ରେସ, ସିପିଆଇଏମ, ଝାରଖଣ୍ଡ ମୁକ୍ତିମୋର୍ଚା ର ଶହଶହ କର୍ମୀ ପ୍ରତେକ ଚ୍ଛକ ରେ ରାସ୍ତାରୋକ ଆରମ୍ଭ କରିଥିଲେ ଏବଂ ବଣାଇ ମୁଖ୍ୟ ରାସ୍ତା ଉପରେ ପିକେଟିଙ୍ଗ କରି ସମସ୍ତ ଦୋକାନ ବଜାର ଅଫିସ ଦପ୍ତର ବନ୍ଦ କରିଥିଲେ, ସେହିଭଳି ଗୁରୁଣ୍ଡିଆ, ଲହୁଣୀପଡ଼ା ଏବଂ ଖୁଣ୍ଟଗାଁ ଅଂଚଳ ରେ ମଧ୍ୟ ଶହଶହ କର୍ମୀ ରାସ୍ତା ଉପରେ ଛିଡା ହୋଇ ବିଜେପି ସରକାର ବିରୁଦ୍ଧରେ ନାରା ବାଜି କରି ବନ୍ଦ ପାଳନ କରିଥିଲେ!

ଓଡିଶା ବନ୍ଦ: ସୁନ୍ଦରଗଡ଼ ବଣାଇ ରେ ଜୋରଦାର ପ୍ରଭାବ – ସମୀକ୍ଷା

ସେହିବଳି କୋଇଡା ଅଂଚଳ ରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା, ମିମାଲଗଡ଼, ପଟାସାହି, ରକ୍ସି, ରେଞ୍ଜଡ଼ା ରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ନେତୃତ୍ୱ ରେ ଶହଶହ କର୍ମୀ ରେଳଧାରଣା ରେ ଛିଡ଼ାହୋଇ ରେଳରୋକ କରିଥିଲେ, ଏବଂ କୋଇଡା ର ସମସ୍ତ ଖଣୀ କୁ ପୁରା ଠୋପ କରିଦେଇଥିଲେ, ଅନ୍ୟମାନଙ୍କ ମଧ୍ୟରେ ସିପିଆଇଏମ ଜିଲ୍ଲାସମ୍ପାଦକ ପ୍ରମୋଦ ସାମଲ ଏହାର ନେତୃତ୍ୱ ନେଇଥିବାବେଳ ଗୁରୁଣ୍ଡିଆ ରେ ସେହେଜଦ ଖାନ ପାତ୍ରସ ଏକ୍କା, ଦଶରଥ ଓରାମ ନେଇଥିଲେ, ବଣାଇ ରେ ଅନିରୁଦ୍ଧ ତ୍ରିପାଠୀ, ବିନୟ ସାହୁ, ତୁଷାର ସାହୁ, ଚିତ ଖମାରି, ବିରଜା ମହାନ୍ତି, ତୁପିଚନ୍ଦନ ସାହୁ, ଲାଭ ମହାକୁଳ ପ୍ରଭୃତି ନେତୃତ୍ୱ ନେଇଥିଲେ ଲହୁଣୀପଡ଼ା ଅଂଚଳ ରେ ଲାଲବାହାଦୁର ମହାନ୍ତ, ସମୀର ନାଏକ ମୋନଜ ବେହେରା ନେତୃତ୍ୱ ନେଇଥିଲେ ସେହିଭଳି କୋଇଡା ରେ ପ୍ରଭାତ ପଣ୍ଡା, ଅନାନମାସୀ ହୋର ଓମନ୍ତ ମହାନ୍ତ, ଗୋପୀ ମହାନ୍ତ, ଜିଲ୍ଲା ପରିଷଦ ସଭ୍ୟା ସୁଶୀଳା ମୁଣ୍ଡା ନେତୃତ୍ୱ ନେଇଥିଲେ!

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଫାର୍ମା କମ୍ପାନିଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତୁତି