ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ମୁରିବାହାଲ ହଳଦୀ ଯମୁନା ପାହାଡ଼ରେ ଐତିହାସିକ ଡଙ୍ଗର ବୁଢ଼ା ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ, ପର୍ଯ୍ୟଟନ ମାନ୍ୟତା ପାଇଁ ଦାବି

ମୁରିବାହାଲ ହଳଦୀ ଯମୁନା ପାହାଡ଼ରେ ଐତିହାସିକ ଡଙ୍ଗର ବୁଢ଼ା ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ, ପର୍ଯ୍ୟଟନ ମାନ୍ୟତା ପାଇଁ ଦାବି – ସମୀକ୍ଷା ଖବର

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ମୁରିବାହାଲ, ୯/୧୦/୨୬ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାରପାଲି ହଳଦୀ ପଞ୍ଚାୟତ ଉମୁରା ନିବାସୀ ସ୍ୱର୍ଗତ ଦୁତିକୃଷ୍ଣ ସିଂ ଭୋଇଙ୍କ ଧର୍ମପତ୍ନୀ ଦମୟନ୍ତୀ ସିଂ ଭୋଇଙ୍କ ଆହ୍ୱାନ କ୍ରମେ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଐତିହାସିକ ଡଙ୍ଗର ବୁଢ଼ା ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ କରାଯାଇଥିଲା। ଏହି ପୀଠ ୧୦୦ ଏକରରୁ ଅଧିକ ପରିମିତ ସୁନ୍ଦର ପାହାଡ଼ ଉପରେ ଅବସ୍ଥିତ। ପାହାଡ଼ ଉପରେ ଆବାହନ କାଳରୁ ଏକ ଐତିହାସିକ ଗୁମ୍ଫାରେ ଡଙ୍ଗର ବୁଢ଼ା ଦେବୀ କନ୍ଧ ପରମ୍ପରା ଅନୁଯାୟୀ ଦଶହରା ମାସରେ ପୂଜା କରାଯାଏ। ଏହି ଦିନ ଦୂରଦୂରାନ୍ତରୁ ମାନସିକଧାରୀ ଭକ୍ତମାନେ ନିଜ ମାନସିକ ପୂରଣ ପାଇଁ କୁକୁଡ଼ା, ଛେଳି, ନଡ଼ିଆ ଆଦି ପୂଜା ସାମଗ୍ରୀ ଆଣି ଆସିଥାନ୍ତି। ଡଙ୍ଗର ବୁଢ଼ା ମନ୍ଦିର ନିର୍ମାଣ ପାଇଁ ଆସିଥିବା ଚିନ୍ତନ ବ୍ୟକ୍ତିମାନେ ଆଜିପର୍ଯ୍ୟନ୍ତ ଡଙ୍ଗର ବୁଢ଼ା ପୀଠ ଅବହେଳିତ ହୋଇ ରହିଥିବା ଦୃଶ୍ୟକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ତେଣୁ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଏହି ଐତିହାସିକ ପାହାଡ଼ ସହ ଡଙ୍ଗର ବୁଢ଼ା ଗୁମ୍ଫାରେ ଏକ ମନ୍ଦିର ନିର୍ମାଣ ପାଇଁ ଶୁଭକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଅଞ୍ଚଳର ଭକ୍ତମାନେ ନିଜ ସକ୍ଷମ ଅନୁସାରେ ନିଜସ୍ୱ ଚାନ୍ଦା ଆଦାୟ କରି ମନ୍ଦିର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଡଙ୍ଗର ଚଘା।

ମୁରିବାହାଲ ହଳଦୀ ଯମୁନା ପାହାଡ଼ରେ ଐତିହାସିକ ଡଙ୍ଗର ବୁଢ଼ା ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ, ପର୍ଯ୍ୟଟନ ମାନ୍ୟତା ପାଇଁ ଦାବି – ସମୀକ୍ଷା

ମୁଖ୍ୟତଃ ଏହି ସୁନ୍ଦର ପାହାଡ଼କୁ ପର୍ଯ୍ୟଟନ ମାନ୍ୟତା ଓ ଐତିହାସିକ ଗୁମ୍ଫାକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀଙ୍କ ଦାବି ରହିଛି। ଏହି ଶୁଭକାର୍ଯ୍ୟରେ ହଳଦୀ ଉମୁରାର ସ୍ୱର୍ଗତ ଦୁତିକୃଷ୍ଣ ସିଂ ଭୋଇଙ୍କ ଧର୍ମପତ୍ନୀଙ୍କ ସହ ଅଞ୍ଚଳର ଶ୍ରଦ୍ଧାଳୁମାନେ ରମେଶ ଭୋଇ, ସଂକୀର୍ତ୍ତନ ଶିକା, ଡା. ପୂର୍ଣ୍ଣାନନ୍ଦ କମ୍ପ, ପୂର୍ବତନ ସରପଞ୍ଚ ହୃଷିକେଶ ବାଗ, ସାରଥୀ ବାଗ, ହରେକୃଷ୍ଣ ସାହୁ, ଶେଷ ଦେବ ପୁଟେଲ, ଗାନ୍ଧୀଲାଲ ମହାକୁର, କନ୍ଦର୍ପ ଶିକା, ବସନ୍ତ ପଧାନ, ମାଣିଙ୍ଗ ଚନ୍ଦ୍ର ବନଛୋର,ନବୀନ ତାଣ୍ଡି, ବିଷ୍ଣୁ ପ୍ରସାଦ ସିଂ ଭୋଇ, ଲୋକନାଥ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର : ଇଂଡିମେଣ୍ଟ ଡାକରାରେ ଆଂଶିକ ବନ୍ଦ