ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଚିକିଟି ନିର୍ବାଚନ ମଣ୍ଡଳି ରେ ଇଣ୍ଡିଆ ମେଣ୍ଟର ବନ୍ଦ ଡାକରା ସଫଳ

ଚିକିଟି ନିର୍ବାଚନ ମଣ୍ଡଳି ରେ ଇଣ୍ଡିଆ ମେଣ୍ଟର ବନ୍ଦ ଡାକରା ସଫଳ – ସମୀକ୍ଷା ଖବର

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି:

ଚିକିଟି– ଗଞ୍ଜାମ ଜ଼ିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀରେ ଆଜି ଇଣ୍ଡିଆ ମେଣ୍ଟ ତରଫରୁ ଡକା ଯାଇଥିବା ବନ୍ଦ ଡାକରା ସଫଳ ହେଇଛି l ସୂଚନା ଅନୁଯାଇ କେନ୍ଦ୍ରସରକାରଙ୍କ ବିଫଳତା, ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ସୁନା ଦାମ ଆକାଶ ଛୁଁଆ, ଚାଷୀଙ୍କ ଅବହେଳିତ କରାଯିବା,ଏସ ଆଇ ଆର୍ ଦ୍ୱାରା ଭୋଟ ଲିଷ୍ଟରୁ ଚଉଦ କୋଟି ଲୋକଙ୍କ ନାମ କାଟିବା ଆଦି ଅନେକ ସମସ୍ୟା କୁ ନେଇ ଆଜି ଇଣ୍ଡିଆ ମେଣ୍ଟ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା l ଏହି ନିର୍ଦେଶ କ୍ରମେ ଚିକିଟି ନିର୍ବାଚନ ମଣ୍ଡଳୀରେ ଚିକିଟି ବ୍ଲକ କଂଗ୍ରେସ ସଭାପତି ନିଗମାନନ୍ଦ ପଣ୍ଡା, ପାତ୍ରପୁର ବ୍ଲକ କଂଗ୍ରେସ ସଭାପତି ପ୍ରଶ୍ନନ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ଆଜି ଏକ ବାଇକ ରାଲି ବାହାର କରି ପ୍ରଥମେ ପାତ୍ରପୁର ଅଞ୍ଚଳରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ କାର୍ଯ୍ୟାଳୟ ବନ୍ଦ କରିବା ସହ ରାଲି ଚିକିଟି ରେ ପହଞ୍ଚି ତହସିଲ,ବ୍ଲକ ଏବଂ ଏନ୍ ଏ ସି କାର୍ଯ୍ୟଳୟ ସହ ସମସ୍ତ ବ୍ୟାଙ୍କ ବନ୍ଦ କରିବା କୁ ନିର୍ଦେଶ ପ୍ରଦାନ କରି ବନ୍ଦ କରିଥିଲେ l ଏହି କ୍ରମରେ ଆଗାମୀ ଦିନରେ ଭାରତୀୟ ଜାତୀୟ କଂଗ୍ରେସ ନିଜର ସ୍ଥିତି ସୁଦୃଢ଼ କରି ଜନସାଧାରଣ ଙ୍କ ହକ ପାଇଁ ଲଢ଼ିବ ବୋଲି କଂଗ୍ରେସ ର ବିଧାୟକ ପ୍ରାର୍ଥୀ ରବୀନ୍ଦ୍ରନାଥ ଦ୍ୟାନ ସାମାନ୍ତରା ପ୍ରକାଶ କରିବା ସହ ସୁରେଶ ରଞ୍ଜନ ଦ୍ୟାନ ସାମନ୍ତରା ନ୍ୟାୟ ପାଇଁ ଲଢେଇ ହେବ ବୋଲି ପ୍ରକାଶ କରିଥିଲେ l ଏହି କର୍ମରେ ପି. ସୀତାପତି ରେଡ୍ଡୀ, କ୍ଷମା ସାଗର ମହାରଣା,ଅଜିତ କୁମାର ଙ୍କ ସହ ଫରୱାଡ ବ୍ଲକର ଜ଼ିଲ୍ଲା ସଭାପତି ମଧ୍ୟ ମଙ୍ଗ ଧରିଥିଲେ l

ଚିକିଟି ନିର୍ବାଚନ ମଣ୍ଡଳି ରେ ଇଣ୍ଡିଆ ମେଣ୍ଟର ବନ୍ଦ ଡାକରା ସଫଳ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଂଗ୍ରେସର ବନ୍ଦ ଡାକରାରେ ବାଲିଗୁଡ଼ା ରାସ୍ତାଘାଟ ଜନଶୂନ୍ୟ; ଯାତାୟାତ ଠପ୍‌