ଶିଳ୍ପୀଙ୍କ ସୁନ୍ଦର ଭୁଦୃଷ୍ୟ ଚିତ୍ର ଓ କାନଭାସ ଚିତ୍ରକଳା ଦର୍ଶକଙ୍କ ମନକୁ ମୋହିଲା
ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର:

ଭୁବନେଶ୍ୱର,୦୯/୧୦/୨୬- ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ର ଆର୍ଟ ଗ୍ୟାଲେରୀରେ ଉଦ୍ଘାଟିତ ହୋଇଯାଇଛି ଶିଳ୍ପୀ ପ୍ରବଳ ମଲ୍ଲିକଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ।ପ୍ରଦର୍ଶନୀକୁ ଶିଳ୍ପୀଙ୍କ ବାପା ତଥା ପ୍ରେରଣା ଦାତା ଗୋଲକ ବିହାରୀ ମଲ୍ଲିକ ଓ ମା ପ୍ରଭାସିନୀ ମଲ୍ଲିକ, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ,ଶିଶିର କୁମାର ଦାସ,ଲଳିତ କଳା ଏକାଡେମୀର କର୍ମକର୍ତ୍ତା ଓ ଶିଳ୍ପୀ ବନ୍ଧୁ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ।ଉପସ୍ଥିତ ଅତିଥି ମାନେ ଶିଳ୍ପୀଙ୍କ କଳାକୃତିର ଭୂୟସୀ ପ୍ରଶଂସା କରିଥିଲେ।ଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ସୁନ୍ଦର ସୁନ୍ଦର ଭୂଦୃଷ୍ୟ ଚିତ୍ର,ମୁଖାକୃତି ଓ ନାରୀ ମନୋସ୍ତତ୍ଵ ଉପରେ ଆଧାରିତ ଚିତ୍ରକଳା ଗୁଡ଼ିକ ଉପସ୍ଥିତ ବରିଷ୍ଠ ଶିଳ୍ପୀ ଓ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା। ଏହି ଅବସରରେ ଅନେକ ବରିଷ୍ଠ ଓ ଯୁବ ଶିଳ୍ପୀ ତଥା କଳାପ୍ରେମୀ ପ୍ରଦର୍ଶନୀ ବୁଲି ଦେଖିଥିଲେ।ଏହି ପ୍ରଦର୍ଶନୀ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।






