ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ପାରାଦୀପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ

ପାରାଦୀପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:


ଉତ୍କଳ ସମ୍ମିଳନୀ, ପାରାଦୀପ ଶାଖା ତରଫରୁ ସଭାପତି ଧ୍ରୁବଚରଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାରାଦୀପର ୧୭ ନମ୍ବର ୱାର୍ଡରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରେମଲତା ବାରିକ ସଭା ପରିଚାଳନା କରିଥିଲେ ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟମାନେ ସମବେତ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବା ବେଳେ ସଭାପତି ଧ୍ରୁବଚରଣ ମହାପାତ୍ର, ନଗେନ୍ଦ୍ରନାଥ ସ୍ୱାଇଁ, ସନ୍ତୋଷ କୁମାର ସାମଲ, ସମ୍ପାଦକ ଡ. ଅରବିନ୍ଦ ନାୟକ ଓ ଉପସଭାପତି ତୁଳସୀ ବରାଳ , ନଳିନୀପ୍ରଭା ସାହୁ, ନିହାରିକା ବାରିକ, ପ୍ରତିମା ମହାପାତ୍ର, ଲିପି, ହର ପ୍ରିୟା ପଟ୍ଟନାୟକ ଓ ବର୍ଷା ସାହୁଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ।ଉପସ୍ଥିତ କବୟିତ୍ରୀ ଓ କବିମାନେ ନିଜ ନିଜର ସ୍ୱରଚିତ କବିତା ଆବୃତ୍ତି କରିବା ସହ ବକ୍ତା ମାନେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତ୍ୟାଗ, ସେବା ଓ ଓଡ଼ିଆ ଭାଷା ପ୍ରତି ଅବଦାନକୁ ସ୍ମରଣ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଏହି ଜୟନ୍ତୀ ଅବସରରେ ଆହ୍ୱାନ ଦେଇଥିଲେ l ଏହି ଅବସରରେ ମହିଳା ଟ୍ରଷ୍ଟ କଲ୍ୟାଣର ସଭାନେତ୍ରୀ ଉର୍ମିଳା ମହାନ୍ତି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

ପାରାଦୀପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାରାଦୀପ ଫସଫେଟ୍ସ ମଜଦୁର ୟୁନିୟନ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ