ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ :
ଜଗତସିଂହପୁର, 12/10/2026(ନି.ପ୍ର ):ଆଜି ନବରାତ୍ରିର ପ୍ରଥମ ଦିନ |ଜଗତସିଂହପୁର ଜିଲା ବସଷ୍ଟାଣ୍ଡ ର ଦୁର୍ଗା ମଣ୍ଡପର ମୂର୍ତ୍ତିକାରମାନେ ଦୁର୍ଗାମା'ଙ୍କ ଗଠନ କରିସାରିଛନ୍ତି |ଆଜି ମା ଶୈଳପୁତ୍ରୀଙ୍କର ପୂଜାଦିନ | ଏହି ଅବସରରେ ସେମାନେ ମୂର୍ତ୍ତିରେ ରଙ୍ଗ ଦେବା ଆରମ୍ଭ କରିଦେଇଛନ୍ତି| ମୂର୍ତ୍ତିକାର ଶିବ ଚରଣ ଦାସ କହିଛନ୍ତି ମା'ଙ୍କର ସମସ୍ତ ଗଠନକାର୍ଯ୍ୟ ପୁରା ହୋଇଯାଇଛି | ରଙ୍ଗ ଓ ଅନ୍ୟାନ୍ୟ କାରୁକାର୍ଯ୍ୟ ଚାଲିଛି | ଷଷ୍ଠୀ ଦିନ ସଖାଳୁ ପୂର୍ଣ୍ଣ ହୋଇଯିବେ |
ପ୍ରକାଶ ଥାଉକି ଆଜି ନବରାତ୍ରି ର ପ୍ରଥମ ଦିନ | ମା ଶୈଳପୁତ୍ରୀଙ୍କର ପୂଜା | ମା ହେଉଛନ୍ତି ପର୍ବତ କନ୍ୟା | ସେ ଏକ ଧଳା ଷଣ୍ଢ ଉପରେ ବସି ତ୍ରିଶୂଳ ଏବଂ ପଦ୍ମ ଧରିଥାନ୍ତି |ଶରୀରରେ ପତଳା ଅଳଙ୍କାର ସହ ଲାଲ ଓ ଗୋଲାପୀ ବସ୍ତ୍ର ପିନ୍ଦିଥାନ୍ତି |ସେ ଶକ୍ତି ଆଉ ପ୍ରକୃତିର ପ୍ରତୀକ ଅଟନ୍ତି |
ଦୁର୍ଗା ପୂଜା ଏକ ଆମ ସଂସ୍କୃତି ଏବଂ ପରମ୍ପରାର ଶକ୍ତି ପୂଜା ଅଟେ | ଏହି ପୂଜାରେ ଅଷ୍ଟମୀ ଦିନର ଶେଷ ସମୟର ଚବିଶ ମିନିଟ ଓ ନବମୀର ଦିନର ପ୍ରଥମ ଚବିଶ ମିନିଟ ମିଶି ଅଡଚାଳିଶ ମିନିଟକୁ ସନ୍ଧି ପୂଜା କୁହାଯାଏ |ସନ୍ଧି ଅର୍ଥ ପରିବର୍ତନ ଅଟେ | ଏହି ସମୟରେ ପୂଜା, ଧ୍ୟାନ, ଜପ, ଭକ୍ତି ଏବଂ ସମର୍ପଣ ମାଧ୍ୟମରେ ପ୍ରାଣୀର ସକାରାତ୍ମକ ପରିବର୍ତ୍ତନ ଆସେ |ତାଙ୍କ ଜୀବନରେ ଅନ୍ଧକାର ଦୂର ହୋଇ ଆଲୋକ ଆସେ | ଭକ୍ତ ମାନେ ଜ୍ଞାନର ଆଲୋକ ପ୍ରାପ୍ତ ହୁଅନ୍ତି ଓ ଐଶ୍ଵର୍ଯ୍ୟ ପ୍ରାପ୍ତି ହୁଅନ୍ତି |ତେଣୁ ମା ପୃଥିବୀ ପୃଷ୍ଠରେ ସକଳ ଜଗତ, ବ୍ରହ୍ମାଣ୍ଡ ଵାସିଙ୍କର କଲ୍ୟାଣ କରିଥାନ୍ତି |ସାଧୁଜନ କହିଥାନ୍ତି, ସର୍ବେ ଭବନ୍ତୁ ସୁଖିନଃ,ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପାଶ୍ୟନ୍ତୁ, ମା କତ୍ସiଦ ଦୁଃଖ ଭାବ ଭଵେତ |





