ବିଜ୍ଞାନ କୁମାର ବିଶ୍ୱାଳ/ ସମୀକ୍ଷା ନ୍ୟୁଜ/ କଟକ:
କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧୀକ୍ଷକ ଶ୍ରୀ C H Tirupathi ଏବଂ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ୨ ଗୋଟି ଟିମ୍ ଗଠନ କରାଯାଇ ତିଗିରିଆ ଥାନା ଅନ୍ତର୍ଗତ ନୁଆସଡକ ଛକରେ ଆଠଗଡ ଅବକାରୀ ଥାନା ଏବଂ ବାଙ୍କୀ ଅବକାରୀ ଥାନା ସହିତ ଏକ ମିଳିତ ଚଡାଉ କରାଯାଇ ଥିଲା।ସେହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ତିଗିରିଆ ଆଡୁ ଆସୁଥିବା ଏକ ଗଞ୍ଜେଇ ବୋଝେଇ ଥିବା Maruti Suzuki Swift Dzire Car ଯାହାର ରେଜିଷ୍ଟ୍ରେସନ ନମ୍ବର OD -02-R-8811 କୁ ଅଟକାଇବାରୁ ଆମ ଗାଡ଼ିକୁ ଧକ୍କା ଦେଇ ଦ୍ରୁତ ଗତିରେ ଅଠାଗଡ ଆଡ଼କୁ ଅଗ୍ରସର ହେବାରେ ଉକ୍ତ ଗାଡ଼ିକୁ ପିଛା କରିବାରେ ମାରୁଗୋଠ ଛକ ନିକଟରେ ରୋଡ କରିଡର୍ ରେ ଧକ୍କା ଦେଇଥିଲା | ଅନ୍ଧାରର ସୁଯୋଗ ନେଇ ଆସାମୀ ଓ ତାର ସହଯୋଗୀ ଜଙ୍ଗଲ ମଧ୍ୟରେ ଫେରାର ହୋଇଯାଇଥିଲେ | ଉକ୍ତ ଚଡାଉରେ ସର୍ବମୋଟ ୧୨୦ କିଲୋ ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ୍ୟ ସହିତ ବ୍ୟବହୃତ ଗାଡିଟିକୁ ଜବତ କରି ଏକ ମାମଲା ରୁଜୁ କରା ଯାଇଛି | ଖବର ପାଇ ଘଟଣା ସ୍ଥଳରେ ଆଠଗଡ ଉପଖଣ୍ଡ SDPO ଶ୍ରୀ ବିଶ୍ୱଜିତ୍ ମହାନ୍ତି ସମେତ ଆଠଗଡ ଥାନାର ସମସ୍ତ ସହକର୍ମୀ ଓ ଆଠଗଡ ତହସିଲଦାର ଶ୍ରୀ କୁଞ୍ଜବିହାରୀ ବଡ଼ଜେନା ପହଞ୍ଚି କାର୍ଯ୍ୟ ତୁଲାଇବାରେ ସହଯୋଗ କରିଥିଲେ |
ଏହି ଚଡାଉ ରେ ଉପସ୍ଥିତ ଥିବା ଅଫିସର
୧) ଶ୍ରୀ C H Tirupathi ଆଠଗଡ ଅବକାରୀ ଉପ ଅଧୀକ୍ଷକ
୨) ଶ୍ରୀ ରବି ନାରାୟଣ ପଧାନ ଅବକାରୀ ନିରୀକ୍ଷକ ଆଠଗଡ
୩) ଶ୍ରୀ ବାପି ସାହୁ,O.I.C ବାଙ୍କୀ ଅବକାରୀ ଥାନା
ସମସ୍ତ ଅବକାରୀ ସହକର୍ମୀ…






