ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ:
ଟିଟିଲାଗଡ଼ : ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଙ୍କ ସଭା ଗୃହ ରେ ସୋମବାର ଟିଟିଲାଗଡ଼ ସହର ର ସମସ୍ତ ଦୁର୍ଗାପୂଜା କମିଟି ର ନେତୃତ୍ୱ ନେଉଥିବା ସଭାପତି, ସମ୍ପାଦକ ସହ ପ୍ରଶାସନ ର ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି l ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ହାଟପଦା ପଡା ଦୁର୍ଗାପୂଜା କମିଟି, ସ୍ୱାଧୀନ ପଡା ଦୁର୍ଗା ପୂଜା କମିଟି, ମାଉସୀ ମା ମନ୍ଦିର ପୂଜା କମିଟି, ଅର୍ଣ୍ଣପୂର୍ଣ୍ଣl ପୂଜା କମିଟି, ବିଦ୍ୟୁତ ବିଭାଗ ପୂଜା କମିଟି, ପଦ୍ମନାଭପୁର ପୂଜା କମିଟି, ଟିଟିଡୁଙ୍ଗୁରି ପୂଜା କମିଟି, ରେଲୱେ ପୂଜା କମିଟି ସମେତ ଚଳିତ ବର୍ଷ ପ୍ରଥମ ଥର ପାଇଁ ସିରଭଟା ପଡା ରେ ଜଗତଜନନୀ ମା ଶାରଦୀୟ ଦୁର୍ଗାପୂଜା ଗଠନ ହୋଇ ତୋରଣ ନିର୍ମାଣ ସାଙ୍ଗକୁ ବିଭିନ୍ନ ପୂଜା କମିଟି ର ସାଜସଜ୍ଜା ଜାରି ରହିଛି l ସର୍ବ ସମ୍ମତି କ୍ରମେ ପୂଜା କୁ ଶାନ୍ତି ଶୃଙ୍ଖଳା ର ସହିତ ସମାପନ କରିବା, ଭକ୍ତ ମାନଙ୍କ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା, ଟ୍ରାଫିକ ସମସ୍ୟା ର ନିୟଂତ୍ରଣ କରିବା, ପାର୍ବଣ ସମୟରେ ସ୍ୱାସ୍ଥ୍ୟ ସେବା କୁ ଆହୁରି ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହିତ ପୂଜା କମିଟିମାନେ ଆବଶ୍ୟକ ପ୍ରମାଣପତ୍ର ନେଇ ଅନଲାଇନ ରେ ଆବେଦନ କରାଯିବା ନେଇ ପ୍ରସ୍ତାବ ମାନ ଗୃହୀତ ହୋଇଛି l ତେବେ ଚଳିତ ବର୍ଷ ମା ଙ୍କ ମେଲାଣି ଉତ୍ସବ ରେ ଡିଜେ କୁ ସମ୍ପୂର୍ଣ୍ଣ ରୂପରେ ଅଙ୍କୁଶ ଲଗାଇଛି ପ୍ରଶାସନ l ଡିଜେ ବଜାଇବା ଉପରେ କଟକଣା ଜାରି କରିଛି l ଡିଜେ ପରିବର୍ତ୍ତେ ଘୁମୁରା ବାଦ୍ୟ, ଲୋକ ବାଦ୍ୟ, ପଞ୍ଚବାଦ୍ୟ ଭଳି ଲୋକ କଳା ଉପରେ ଗୁରୁତ୍ୱ ଦେବା ନେଇ ପ୍ରଶାସନ ପୂଜା କମିଟି ମାନଙ୍କୁ ଆହ୍ୱାନ ଦେଇଥିବା ବେଳେ ସମସ୍ତ ପୂଜା କମିଟି ମଧ୍ୟ ସହମତି ପ୍ରଦାନ କରି ଡିଜେ କୁ ବନ୍ଦ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଏହି ବୈଠକ ରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ତହସିଲଦାର ଶଙ୍କର ବାଗ, ଥାନା ଅଧିକାରୀ ମନୋଜ ମୁଣ୍ଡା, ପୌରପରିଷଦ ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥି, ଲୋକସମ୍ପର୍କ ବିଭାଗ ଭାରପ୍ରାପ୍ତ ଅଧିକାରୀ ତୁଷାର କାନ୍ତ ମହଲା ପ୍ରମୁଖ, ଅଗ୍ନିଶ୍ରମ ବିଭାଗ ଅଧିକାରୀ ରାଧେଶ୍ୟାମ ବାରିକ, ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଓଁ କାର ହୋତା, ଅବକାରୀ ବିଭାଗ ଆରତୀ ମିଞ୍ଜ, ପୂର୍ତ୍ତ ବିଭାଗ ମମତା ମାଝୀ ସମେତ ବିଭିନ୍ନ ପୂଜା କମିଟି ର ସନ୍ତୋଷ ମହାନ୍ତି, ବୁଲ ବୁଲ ମେହେର, ରାଜେନ୍ଦ୍ର ନାରାୟଣ ମିଶ୍ର, କୃଷ୍ଣ ସରାପ,ଅଭିଳାଷ ଦାଶ ସମେତ ବିଭିନ୍ନ କର୍ମକର୍ତ୍ତା, ହାଇସ୍କୁଲ ପଡା ରାବଣ ଦହନ କମିଟି ଏବଂ ହାଟପଦା ପଡା ରାବଣ ଦହନ କମିଟି ର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l






