ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଆମେ କରିବୁ ମହାବିଦ୍ୟାଳୟର ଉନ୍ନତି:ବାଜା ବାଣ ରୋଷଣୀରେ ଆସିଲେ ୩ ଛାତ୍ର ସଂଗଠନର ପାର୍ଥୀ

ଆମେ କରିବୁ ମହାବିଦ୍ୟାଳୟର ଉନ୍ନତି:ବାଜା ବାଣ ରୋଷଣୀରେ ଆସିଲେ ୩ ଛାତ୍ର ସଂଗଠନର ପାର୍ଥୀ – ସମୀକ୍ଷା ଖବର
ଆମେ କରିବୁ ମହାବିଦ୍ୟାଳୟର ଉନ୍ନତି:ବାଜା ବାଣ ରୋଷଣୀରେ ଆସିଲେ ୩ ଛାତ୍ର ସଂଗଠନର ପାର୍ଥୀ – ସମୀକ୍ଷା
ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ :

ରାଜନଗର , ୧୪/୧୦ ଦୀର୍ଘ ୮ ବର୍ଷ ପରେ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି | ୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ହେବା ପରେ ୯ ନାମାଙ୍କନ ପତ୍ର ଦାଖଲ ହୋଇଥିଲା | ଆଜି ମୁଁ କାହିଁକି ପାର୍ଥୀ ହୋଇଛି ତାର ବୈଠକ ଅନୁଷ୍ଠିତ ହୋଇଯାଇଛି | ଛାତ୍ର ବିଜେଡି , ଏବିଭିପି ଓ ଛାତ୍ର କଂଗ୍ରେସ ସମର୍ଥିତ ପାର୍ଥୀମାନେ ଥାଟପାଟରେ ବାଜା , ବାଣ ରୋଷଣୀ କରି ମହାବିଦ୍ୟାଳୟକୁ ଆସିଥିଲେ | ଶୋଭାଯାତ୍ରା କରି ପାର୍ଥୀମାନେ ସେମାନକ ସମର୍ଥକ ଛାତ୍ରଛାତ୍ରୀଏନକେ ସହିତ ମୁଁ କାହିଁକି ପାର୍ଥୀ ହୋଇଛି ବୈଠକ ସ୍ଥଳକୁ ଯାଇଥିଲେ | ନିର୍ବାଚନ ଅଧିକାରୀ ତଥା ମହାବିଦ୍ୟାଳୟର ଅଧକ୍ଷ ଅମୀୟ କୁମାର ଦାସ ଆଜିର ବୈଠକ ସମ୍ପର୍କରେ କହିଥିଲେ | ଛାତ୍ର ସଂସଦ ଉପଦେଷ୍ଟା ଅଧ୍ୟାପକ ଅଭିମନ୍ୟୁ ରାଉତ , ସହ ଉପଦେଷ୍ଟା ଅଧ୍ୟାପକ ପର୍ଶୁରାମ ନାଥ କିପରି ଶାନ୍ତି ଶୃଙ୍ଖଳାର ସହିତ ଓ ଭାଇଚାରା ମଧ୍ୟରେ ନିର୍ବାଚନ ସରିବ ସେ ପରାମର୍ଶ ଦେଇଥିଲେ | ଅଧ୍ୟାପକ ସନ୍ଧିପ କୁମାର ମହାପାତ୍ରଙ୍କ ସଂଯୋଜନାରେ ମୁଁ କାହିଁକି ପାର୍ଥୀ ହୋଇଛି ବୈଠକ ଅନୁଷ୍ଟିତ ହୋଇଥିଲା | ପାର୍ଥୀମାନେ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ କଣ କଣ ଅସୁବିଧାର ସମୁଖୀନ ହେଉଛନ୍ତି , ସେମାନେ ଜିତିଲେ କଣ କରିବେ ସେ ନେଇ କହିଥିଲେ | ଅଧ୍ୟାପକ ପୁଷ୍ପ ରଞ୍ଜନ ରାଉତ , ଚିତ୍ତ ରଞ୍ଜନ ସ୍ଵାଇଁ , ପ୍ରସନ୍ନ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ମହାବିଦ୍ୟାଳୟରେ ସଭାପତି , ଉପ ସଭାପତି , ସାଧାରଣ ସମ୍ପାଦକ , ସହ ସାଧାରଣ ସମ୍ପାଦକ , ଯୁକ୍ତ ତିନ ପ୍ରଥମ ବର୍ଷ ଶ୍ରେଣୀ ପ୍ରତିନିଧି , କଲଚୁରାଲ ସମ୍ପାଦକ, ମଗାଜିନ ସମ୍ପାଦକ ପଦ ପାଇଁ ତ୍ରିମୂଖୀ ପ୍ରତିଦ୍ୱନ୍ଦିତା ଓ ଯୁକ୍ତ ତିନ ଦିତୀୟ ବର୍ଷ ଶ୍ରେଣୀ ପ୍ରତିନିଧି , ଯୁକ୍ତ ତିନ ତୃତୀୟ ବର୍ଷ ଶ୍ରେଣୀ ପ୍ରତିନିଧି , , ସହ କଲଚୁରାଲ ସମ୍ପାଦକ , ଆଥଲେଟିକ ସମ୍ପାଦକ , ସହ ଆଥଲେଟିକ ସମ୍ପାଦକ, ଡିଏସଏ ସମ୍ପାଦକ ପଦ ପାଇଁ ଦିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି | ୧୪ଟି ପଦବୀ ମଧ୍ୟରୁ ସହ ଡିଏସଏ ସମ୍ପାଦକରେ ଶମ୍ଭୁ ରଣା ନିର୍ଦୋନ୍ଦରେ ନିର୍ବାଚିତ ହୋଇ ସାରିଛନ୍ତି | ଅନ୍ୟ ପକ୍ଷରେ ଛାତ୍ରଛାତ୍ରୀଙ୍କୁ ନିଜ କ୍ୟାମ୍ପକୁ ଆଣିବା ଓ ପ୍ରଲୋଭିତ କରିବା ପାଇଁ ୩ ଛାତ୍ର ସଂଗଠନ ସମସ୍ତ ବଳ ଖଟାଇ ଦେଇଛନ୍ତି | ତିନୋଟି କ୍ୟାମ୍ପ ଭୋଜିଭାତରେ କମ୍ପୁଛି | ଆଜି ବୁଧବାର ଥିବାରୁ ଓ ମୁଁ କାହିଁକି ପାର୍ଥୀ ହୋଇଛି ବୈଠକ ଥିବାରୁ ଛାତ୍ରଛାତ୍ରୀଙ୍କୁ ସକାଳେ ଟିଫିନ , ମଧ୍ୟାହ୍ନରେ ଆଇସକ୍ରିମ , ଗୁପଚୁପ ସାଙ୍ଗକୁ ଚିକେନ ଭାତ ଦିଆଯାଇଥିବା ଦେଖିବାକୁ ମିଳିଛି |
ଆମେ କରିବୁ ମହାବିଦ୍ୟାଳୟର ଉନ୍ନତି:ବାଜା ବାଣ ରୋଷଣୀରେ ଆସିଲେ ୩ ଛାତ୍ର ସଂଗଠନର ପାର୍ଥୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଓଷ୍ଟା ପକ୍ଷରୁ ଅକ୍ଷୟ କୁମାର ମହାନ୍ତି ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା