ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କଳିଙ୍ଗ ବାଲିଯାତ୍ରା ୨୦୨୬ ର ସ୍ମରଣିକା ନିମନ୍ତେ ଲେଖା ଆହ୍ଵାନ

କଳିଙ୍ଗ ବାଲିଯାତ୍ରା ୨୦୨୬ ର ସ୍ମରଣିକା ନିମନ୍ତେ ଲେଖା ଆହ୍ଵାନ – ସମୀକ୍ଷା ଖବର

ଭଗବାନ ମହାନ୍ତି/ବରିଷ୍ଠ ସାମ୍ବାଦିକ/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, ୧୫.୧୦.୨୬(ନି. ପ୍ର ): ଜଗତସିଂହପୁର ଜିଲ୍ଲାବାସୀ ଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଅଛି ଯେ, ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳିଙ୍ଗ ବାଲିଯାତ୍ରା ମହୋତ୍ସବ, ୨୦୨୬ ତା୨୩.୧୧.୨୦୨୬ ରିଖ ଠାରୁ ତା ୨୯.୧୧.୨୦୨୬ ରିଖ ପର୍ଯ୍ୟନ୍ତ ପାରାଦ୍ୱୀପ ସମୁଦ୍ର ବେଳାଭୂମି ବାଲିଯାତ୍ରା ପଡିଆ ରେ ମହା ସମାରୋହରେ ପାଳିତ କରାଯିବା ସହିତ ଏକ ମନୋଜ୍ଞ ସ୍ମରଣିକା ପ୍ରକାଶ ହେବାକୁ ସ୍ଥିର କରାଯାଇଛି । ଉକ୍ତ ସ୍ମରଣିକାରେ ଉତ୍କଳର ପ୍ରାଚୀନ ଗୌରବମୟ ନୌବାଣିଜ୍ୟ ସମ୍ପର୍କିତ ପ୍ରବନ୍ଧ କିମ୍ବା କବିତା ଲେଖାଦେବା ପାଇଁ ଇଚ୍ଛୁକ ସୃଜନଶୀଳ ବ୍ୟକ୍ତିମାନେ ତା.୩୧.୧୦.୨୦୨୬ ରିଖ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ବୀପ ଙ୍କ କାର୍ଯ୍ୟାଳୟ ରେ ଦାଖଲ କରିପାରିବେ ଏବଂ ସେହି ଲେଖା ର ସମ୍ପାଦିତ କପି (editable/softcopy)ସମସ୍ତଙ୍କୁ e-mail (kalingabalijatracommittee@gmail.com) ମାଧ୍ୟମରେ ପଠାଇବାକୁ ଅନୁରୋଧ କରାଯାଇଛି ଏହା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

କଳିଙ୍ଗ ବାଲିଯାତ୍ରା ୨୦୨୬ ର ସ୍ମରଣିକା ନିମନ୍ତେ ଲେଖା ଆହ୍ଵାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାଲିକୁଦା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ଭାଚନ ଫଳାଫଳ