ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ରାବଣ ପୋଡି ଓ ଭସାଣୀ ରେ ଜଗତସିଂହପୁର ପୌରାଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା

ରାବଣ ପୋଡି ଓ ଭସାଣୀ ରେ ଜଗତସିଂହପୁର ପୌରାଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା – ସମୀକ୍ଷା ଖବର


ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, ୧୬.୧୦.୨୦୨୬(ନି. ପ୍ର ): ଦଶହରା ଓ ଦୁର୍ଗାପୂଜା ଅବସରରେ ଜନସାଧାରଣଙ୍କ ସୁରକ୍ଷା ଏବଂ ଟ୍ରାଫିକ୍‌ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଜେ. ସୋନାଲ ମୋଟର ଯାନ ଆକ୍ଟ ୧୯୮୮ ର ଧାରା ୧୧୫ ଓ ୧୧୬ ଅନୁଯାୟୀ ଜଗତସିଂହପୁର ପୌରାଞ୍ଚଳରେ ଭାରୀ ମାଲବାହୀ ଯାନ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୧ ଓ ୨୩ ଅକ୍ଟୋବର ୨୦୨୬ ତାରିଖରେ ଦିନ ୧୨ଟାରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ଜଗତସିଂହପୁର ପୌରାଞ୍ଚଳ ମଧ୍ୟରେ ଭାରୀ ମାଲବାହୀ ଯାନ ଚଳାଚଳ ନିଷିଦ୍ଧ କରାଯାଇଛି। ଏହି କଟକଣାକୁ ପାଳନ କରିବା ସହ ଟ୍ରାଫିକ୍‌ ନିୟମ ମାନିବା ପାଇଁ ପ୍ରଶାସନ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

ରାବଣ ପୋଡି ଓ ଭସାଣୀ ରେ ଜଗତସିଂହପୁର ପୌରାଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର : ବାଲିକୁଦା ମହାବିଦ୍ୟାଳୟର ନବ ନିର୍ବାଚିତ ଛାତ୍ର ସଂସଦର ଶପଥ ପାଠ