ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଜଗତସିଂହପୁର ଖୋର୍ଦ୍ଧା ନବରଙ୍ଗପୁର ବରଗଡ଼ ଗଞ୍ଜାମ

Karanjia NAC Distribution of allowances : କରଞ୍ଜିଆ ଏନଏସି ପକ୍ଷରୁ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

Karanjia NAC Distribution of allowances : କରଞ୍ଜିଆ ଏନଏସି ପକ୍ଷରୁ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ – ସମୀକ୍ଷା ଖବର

ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

୧୪୧ ଜଣଙ୍କୁ ମିଳିଲା ନୂତନ ଭତ୍ତା ମଞ୍ଜୁରୀ, ଉପସ୍ଥିତ ରହିଲେ ବିଧାୟକ ଓ ଜନପ୍ରତିନିଧି

ସାମାଜିକ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ସହ ସେମାନଙ୍କୁ ସରକାରୀ ସହାୟତା ପହଞ୍ଚାଇବା ଲକ୍ଷ୍ୟରେ କରଞ୍ଜିଆ ଏନଏସି ପକ୍ଷରୁ ନୂତନ ଭାବେ ଭତ୍ତା ମଞ୍ଜୁର ପାଇଥିବା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ଏନଏସି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ। ଏଥିରେ ଏନଏସି ଅଧ୍ୟକ୍ଷା ପାପି ପୃଷ୍ଟି, ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀକାନ୍ତ ରାମ, ସାମାଜିକ ସୁରକ୍ଷା ଅଧିକାରୀ ରୋହିତ କୁମାର ବେହେରା, ସହକାରୀ ଯନ୍ତ୍ରୀ ମଧୁସ୍ମିତା ମହାନ୍ତ ଓ ବରୁଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଏନଏସିର ସମସ୍ତ କାଉନସିଲର ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସୂଚନା ଅନୁଯାୟୀ, କରଞ୍ଜିଆ ଏନଏସି ଅଞ୍ଚଳର ମୋଟ ୧୪୧ ଜଣ ହିତାଧିକାରୀଙ୍କୁ ନୂତନ ଭାବେ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ ପାଇଁ ମଞ୍ଜୁରୀ ମିଳିଛି। ଏହି ଅବସରରେ ଆୟୋଜିତ ସମାରୋହରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା। ନୂତନ ଭାବେ ଭତ୍ତା ପାଇବାକୁ ଥିବା ଏହି ହିତାଧିକାରୀମାନଙ୍କ ମଧ୍ୟରେ ଏହାକୁ ନେଇ ଖୁସି ଓ ଉତ୍ସାହ ପ୍ରକାଶ ପାଇଥିଲା। ସାମାଜିକ ସୁରକ୍ଷା ଯୋଜନାର ସୁଫଳ ଯେପରି ପ୍ରକୃତ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ପ୍ରଶାସନିକ ସ୍ତରରେ ଏଭଳି ପଦକ୍ଷେପ ଜାରି ରହିବ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।

Karanjia NAC Distribution of allowances : କରଞ୍ଜିଆ ଏନଏସି ପକ୍ଷରୁ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Primary Teachers Association Children’s Day Celebrated: ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ