ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ବରଗଡ଼ ନୟାଗଡ଼ ଗଞ୍ଜାମ

Best Sanitation Award Badsahi :ଜାତୀୟସ୍ତରରେ ବଡ଼ସାହିର ଗୌରବ ବଢ଼ାଇଲା ଯଦୁନାଥପୁର ରବର ସମିତି, ଶ୍ରେଷ୍ଠ ସ୍ୱଚ୍ଛତା ପୁରସ୍କାର ସହ ମିଳିଲା ୨୫ ହଜାର ଟଙ୍କା

Best Sanitation Award Badsahi :ଜାତୀୟସ୍ତରରେ ବଡ଼ସାହିର ଗୌରବ ବଢ଼ାଇଲା ଯଦୁନାଥପୁର ରବର ସମିତି, ଶ୍ରେଷ୍ଠ ସ୍ୱଚ୍ଛତା ପୁରସ୍କାର ସହ ମିଳିଲା ୨୫ ହଜାର ଟଙ୍କା – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୫/୧୧/୨୬ – ସ୍ୱଚ୍ଛତା ଓ ସୁସ୍ଥ ପରିବେଶ ରକ୍ଷା ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରି ବଡ଼ସାହି ବ୍ଲକର ଯଦୁନାଥପୁର ରବର ଉତ୍ପାଦକ ସମିତି ଜାତୀୟସ୍ତରରେ ଗୌରବ ଅର୍ଜନ କରିବା ସହ ଜିଲ୍ଲା ଗୌରବ ବଢ଼ାଇଛି । ଭାରତ ସରକାରଙ୍କ ରବର ବୋର୍ଡ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମ-୨୦୨୬ରେ ସମିତିକୁ ଶ୍ରେଷ୍ଠ ସ୍ୱଚ୍ଛତା ପୁରସ୍କାର ପାଇଁ ଚୟନ ପୂର୍ବକ ପୁରସ୍କୃତ କରାଯାଇଥିବା ଜଣାପଡିଛି । ସମଗ୍ର ଦେଶରେ ଥିବା ରବର ଉତ୍ପାଦକ ସମିତିଗୁଡ଼ିକ ମଧ୍ୟରୁ ଯୋଗ୍ୟତା ଆଧାରରେ ଯଦୁନାଥପୁର ସମିତିକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ୨୫ ହଜାର ଟଙ୍କା ନଗଦ ରାଶି ସହ ଯୋଗ୍ୟତା ପ୍ରମାଣପତ୍ର ମିଳିଛି। ବାରିପଦାସ୍ଥିତ ରବର ବୋର୍ଡର ବିକାଶ ଅଧିକାରୀ ଶକ୍ତିନାଥ ଶତପଥୀ ସମିତିର ସଭାପତି ମଙ୍ଗଲ ସିଂଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ସଫଳତା ଯଦୁନାଥପୁର ସମିତି ସମେତ ସମଗ୍ର ବଡ଼ସାହି ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି ।

Best Sanitation Award Badsahi :ଜାତୀୟସ୍ତରରେ ବଡ଼ସାହିର ଗୌରବ ବଢ଼ାଇଲା ଯଦୁନାଥପୁର ରବର ସମିତି, ଶ୍ରେଷ୍ଠ ସ୍ୱଚ୍ଛତା ପୁରସ୍କାର ସହ ମିଳିଲା ୨୫ ହଜାର ଟଙ୍କା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର honoring talent wild jasmine : ବଣମଲ୍ଲୀ ବଣରେ ଫୁଟି ମଉଳି ନ ଯାଉ ସମ୍ବର୍ଦ୍ଧନାରେ ପ୍ରତିଭା ପୂଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରଶଂସନୀୟ