ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ କୋରାପୁଟ ଜଗତସିଂହପୁର ଗଞ୍ଜାମ ବାଲେଶ୍ୱର ନୟାଗଡ଼ କନ୍ଧମାଳ

Bantalā Baḍasāhi King Cobra rescued: ବନ୍ତଳା ବଡ଼ସାହିରୁ ବିଶାଳକାୟ ଅହିରାଜ ସାପ ଉଦ୍ଧାର

Bantalā Baḍasāhi King Cobra rescued: ବନ୍ତଳା ବଡ଼ସାହିରୁ ବିଶାଳକାୟ ଅହିରାଜ ସାପ ଉଦ୍ଧାର – ସମୀକ୍ଷା ଖବର

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:

୧୨ ଫୁଟ ୨ ଇଞ୍ଚ ଲମ୍ବ, ଓଜନ ପ୍ରାୟ ୧୧ କିଲୋଗ୍ରାମ

ସାପ ଧରାଳି ଦୀପକ କୁମାର ନାୟକଙ୍କ ଦ୍ୱାରା ଉଦ୍ଧାର, ଗୋଛା ସଂରକ୍ଷିତ ଜଙ୍ଗଲରେ ଛଡ଼ାଗଲା

ନୂଆଗାଁ, ୧୪/୧୧: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡ଼ାଝୋଲା ବନପାଳଙ୍କ କାର୍ଯ୍ୟାଳୟ ଅଧୀନ ବନ୍ତଳା ବଡ଼ସାହି ଗ୍ରାମରୁ ଏକ ବିଶାଳକାୟ ଅହିରାଜ ସାପ ଉଦ୍ଧାର କରାଯାଇଛି। ଗ୍ରାମର କେଳୁଚରଣ ସାହୁଙ୍କ ଘର ଭାଡ଼ି ଉପରେ ରହିଥିବା ଏହି ସାପଟିକୁ ପ୍ରଶିକ୍ଷିତ ସାପ ଧରାଳି ଦୀପକ କୁମାର ନାୟକ ଉଦ୍ଧାର କରିଥିଲେ। ପରେ ବନ ବିଭାଗର ତତ୍ତ୍ୱାବଧାନରେ ସାପଟିକୁ ଗୋଛା ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁରୁବାର ଦିନ ବନ୍ତଳା ବଡ଼ସାହି ଗ୍ରାମର କେଳୁଚରଣ ସାହୁଙ୍କ ପରିବାର ଲୋକେ ଘରର ଭାଡ଼ି ଉପରେ ଏକ ବଡ଼ ଅହିରାଜ ସାପ ରହିଥିବା ଦେଖିବାକୁ ପାଇଥିଲେ। ସାପଟି ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗ୍ରାମ ଭିତରକୁ ଚାଲିଆସିଥିବା ଅନୁମାନ କରାଯାଉଛି। ଏତେ ବଡ଼ ସାପ ଘର ଭିତରେ ଥିବା ଦେଖି ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ।

Bantalā Baḍasāhi King Cobra rescued: ବନ୍ତଳା ବଡ଼ସାହିରୁ ବିଶାଳକାୟ ଅହିରାଜ ସାପ ଉଦ୍ଧାର – ସମୀକ୍ଷା

ଏ ସମ୍ପର୍କରେ ଖବର ପାଇ ପ୍ରଶିକ୍ଷିତ ସାପ ଧରାଳି ଦୀପକ କୁମାର ନାୟକ ତୁରନ୍ତ ବନ୍ତଳା ଗ୍ରାମରେ ପହଞ୍ଚିଥିଲେ। ସେ ସତର୍କତାର ସହ ସାପଟିକୁ ଉଦ୍ଧାର କରିବା ପରେ ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲେ। ସାପଟିକୁ କୌଣସି କ୍ଷତି ନ ପହଞ୍ଚାଇ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟରେ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ଉପସ୍ଥିତିରେ ସାପଟିର ଲମ୍ବ ଓ ଓଜନ ମପାଯାଇଥିଲା। ମାପ ପରେ ଅହିରାଜ ସାପଟିର ଲମ୍ବ ୧୨ ଫୁଟ ୨ ଇଞ୍ଚ ଏବଂ ଓଜନ ପ୍ରାୟ ୧୧ କିଲୋଗ୍ରାମ ଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ବନ ବିଭାଗ ପକ୍ଷରୁ ସାପଟିକୁ ଗୋଛା ସଂରକ୍ଷିତ ଜଙ୍ଗଲକୁ ନିଆଯାଇ ପ୍ରାକୃତିକ ପରିବେଶରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା। ଫଳରେ ସାପଟିର ଜୀବନ ରକ୍ଷା ହେବା ସହ ଗ୍ରାମବାସୀଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହୋଇପାରିଛି। ବିଶାଳକାୟ ଅହିରାଜ ସାପର ଏହି ଉଦ୍ଧାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର potential cyclone preparatory meeting Asika :ଆସିକା ବ୍ଲକ ସମିତି ଗୃହରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି ବୈଠକ