ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଗଞ୍ଜାମ କୋରାପୁଟ ଜଗତସିଂହପୁର ବାଲେଶ୍ୱର ନୟାଗଡ଼ କେନ୍ଦ୍ରାପଡ଼ା

Second State Nunchaku Championship: ଦ୍ୱିତୀୟ ରାଜ୍ୟ ନନ୍‌ଚାକୁ ପ୍ରତିଯୋଗିତା ଉଦ୍‌ଯାପିତ

Second State Nunchaku Championship: ଦ୍ୱିତୀୟ ରାଜ୍ୟ ନନ୍‌ଚାକୁ ପ୍ରତିଯୋଗିତା ଉଦ୍‌ଯାପିତ – ସମୀକ୍ଷା ଖବର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: 

ଭୁବନେଶ୍ୱର, ୧୪/୧୧ : ନନ୍‌ଚାକୁ ଆସୋସିଏସନ ଅଫ ଓଡ଼ିଶା ଆନୁକୂଲ୍ୟରେ ଦ୍ୱିତୀୟ ରାଜ୍ୟସ୍ତରୀୟ ନନ୍‌ଚାକୁ ପ୍ରତିଯୋଗିତା ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲରେ ଶନିବାରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନନ୍‌ଚାକୁ ସଂଘ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ସବ୍‌-ଜୁନିୟର, ଜୁନିୟର, ଆଡଲଟ, ସିନିୟର ଓ ଶାରୀରିକ ଭିନ୍ନକ୍ଷମ ପୁରୁଷ,ମହିଳା ବିଭାଗରେ ମୋଟ୍‌ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ଏଥିରେ ଅଞ୍ଜନ ପଟ୍ଟନାୟକ, ହାର୍ଦ୍ଦିକ ଦାସ, ଲଡଲି ବିଶ୍ୱାଳ,ରାଜସ୍ମିତା ସାହୁ, ଏମ୍ ଡି ଅକିଲ୍, ଓମ୍ ସାଇ ପ୍ରସାଦ, କୃତି ଦିପନ୍, ସଲୋନି ପାତ୍ର, ମନୁଶ୍ରି ବରାଳ, ଅଭ୍ୟର୍ଥନା ବରାଳ, ସତ୍ୟ ରଞ୍ଜନ ଚିନେରା, କୁନାଲ ପଟ୍ଟନାୟକ, ଦିପ୍ତିମୟୀ ମଲିକ୍, ଦୀପକ ଗୌଡ଼, ବି ରୋହିତ୍, ଆୟୁଷ ପ୍ରସାଦ ରଥ, କ୍ରିଷ୍ଣା ଶିକାରୀ, ଗୋପାଳ ଚନ୍ଦ୍ର କହଁର, ରୌନକ ପଟ୍ଟନାୟକ, ବାଇଲୋଚନ ମଲିକ୍, ଭିନ୍ନ କ୍ଷମ ବର୍ଗରେ ପ୍ରୀତମ ବେହେରା ପ୍ରମୁଖ ବିଭିନ୍ନ ବୟସବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।” ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।”, “ଓଡ଼ିଶା ରାଜ୍ୟ ନନ୍‌ଚାକୁ ସଂଘର ସମ୍ପାଦକ ଦୀପକ କୁମାର ସାମନ୍ତରା,ସପନ କୁମାର ମିଶ୍ର, ସନ୍ତୋଷ କୁମାର ମହାରଣା, ସନ୍ଦୀପ ଦାସ, ସୁବାସ ଚନ୍ଦ୍ର ଦଳାଇ, ଶୁଭେନ୍ଦୁ କୁମାର ଲେଙ୍କା, ସନ୍ଦୀପ ପଟ୍ଟନାୟକ,ରଞ୍ଜନ କୁମାର ପୃଷ୍ଟି, ପ୍ରଭାତ କିଶୋର ସାହୁ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ଦୀପଶିଖା ସାମନ୍ତରା, ସନ୍ଭି ମିଶ୍ର, ଅବିନାଶ ନାୟକ ଓ ନାରାୟଣ ସାହୁ ସହଯୋଗ କରିଥିଲେ। ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ କେ. ରବି କୁମାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଉତ୍କଳ କରାଟେ ସ୍କୁଲର ଓ ରାଜ୍ୟ ନନ୍‌ଚାକୁ ସଂଘର ପ୍ରତିଷ୍ଠାତା ଡ. ହରି ପ୍ରସାଦ ପଟ୍ଟନାୟକ ଓ ରାଜ୍ୟ ନନ୍‌ଚାକୁ ସଂଘର ସଭାପତି ଶ୍ରଯୁକ୍ତ କେ. ଶୁକାନ୍ତ ରାଓ ଶୁଭେଚ୍ଛା ଜଣାଇଥିଲେ ।

Second State Nunchaku Championship: ଦ୍ୱିତୀୟ ରାଜ୍ୟ ନନ୍‌ଚାକୁ ପ୍ରତିଯୋଗିତା ଉଦ୍‌ଯାପିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Nayagarh National Press Day: ନୟାଗଡ଼ରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ