ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଜଗତସିଂହପୁର ଖୋର୍ଦ୍ଧା ନବରଙ୍ଗପୁର ବରଗଡ଼ ଗଞ୍ଜାମ

An 84 year old widow has not received her pension for 4 months: ୮୪ବର୍ଷ ବୟସ୍କ ବିଧବା ମା’ଙ୍କୁ ୪ମାସ ଭତ୍ତା ମିଳିନଥିବା ବେଳେ ୫ବର୍ଷ ଧରି ମିଳିନି ଚାଉଳ

An 84 year old widow has not received her pension for 4 months: ୮୪ବର୍ଷ ବୟସ୍କ ବିଧବା ମା’ଙ୍କୁ ୪ମାସ ଭତ୍ତା ମିଳିନଥିବା ବେଳେ ୫ବର୍ଷ ଧରି ମିଳିନି ଚାଉଳ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ଗୋପବନ୍ଧୁ ନଗର, ୧୭ ୧୧/୨୬ – ମୟୂରଭଞ୍ଜ ଜିଲ୍ଲା, ଗୋପବନ୍ଧୁନଗର ବ୍ଲକ, କୁଶଳଦା ପଂଚାୟତ ଅନ୍ତର୍ଗତ (ହୁଡିସାହି) ଖଡ଼ିଆବସା ଗ୍ରାମରୁ ଏକ ଅଭାବନୀୟ ଦୃଶ୍ୟ ନେଇ ଜନ ପ୍ରତିନିଧି ଓ ବିଭାଗୀୟ ଅଣଦେଖା ଜଣାପଡ଼ିଛି । ଏହି ଗ୍ରାମରେ ବସବାସ କରୁଥିବା ସ୍ୱର୍ଗତଃ ବନମାଳି ସିଂଙ୍କର ସହଧର୍ମିଣୀ ଟୁମକୀ ଦେଇଙ୍କୁ ବର୍ତମାନ ବୟସ ୮୪ ବର୍ଷ ଛୁଇଁଯାଇଥିବା ବେଳେ ଆଜକୁ ୩ ବର୍ଷ ଧରି ସେ ବିଧବା ଜୀବନ ବିତାଉଛନ୍ତି । ବୟସ ଅଧିକ ହୋଇଯାଇଥିବାରୁ ସେ ଆଗଭଳି କାମ କରିପାରୁ ନଥିବା ବେଳେ ସରକାରୀ ଅଧିକାରୀ ମାନେ କୌଣସି କାରଣ ନଥାଇ ତାଙ୍କୁ ୪ମାସ ହେବ ଭତା ଓ ୫ ବର୍ଷ ଧରି ଚାଉଳ ବନ୍ଦ କରିଦେଇଥିବାର କଥା ନିଜେ ଟୁମକି କୋହଭରା କଣ୍ଠରେ ଜଣାଇଛନ୍ତି । ତେବେ ତାଙ୍କ ଆଧାର ପତ୍ରଟି କୋଉଠି ହଜିଯାଇଛି ତାହା ମଧ୍ୟ ତାଙ୍କୁ ଜଣାନାହିଁ । ଦିନମଜୁରିଆ ଭାବରେ କାମ କରି ସାରା ଜୀବନ ବିତାଇଥିବା ଏହି ବିଧବା ମା’ ଟୁମକି ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାର କଥା କହିଛନ୍ତି । ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ମାସିକ ୩୫୦୦ଟଙ୍କା ଭତା ପ୍ରଦାନ କରାଯାଉଛି ବୋଲି ସରକାର ଘୋଷଣା କରିଛନ୍ତି । କିନ୍ତୁ ୮୪ ବର୍ଷ ବୟସରେ ପଦାର୍ପଣ କରିଥିବା ଟୁମକିଙ୍କୁ ମାସିକ ୧୦୦୦ଟଙ୍କା ଭତ୍ତା ମିଳୁଥିବାର କଥା ସେ କହିଛନ୍ତି । ଏ ବାବଦରେ ପଂଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଗୁହାରି ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବାର ଅଭିଯୋଗ କରିଛନ୍ତି । ସରକାରୀ ବାବୁ ମାନଙ୍କର ଏତାଦୃଶ କାର୍ଯ୍ୟକଳାପ ଖୁବ୍ ଦୁଃଖ ଓ ଯନ୍ତ୍ରଣାଦାୟକ ବିଷୟ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତାଛଡ଼ା ଆଦିବାସୀ ଭାଇ ଭଉଣୀ ମାନଙ୍କର ସବୁପ୍ରକାର ସୁଖ ଦୁଃଖ ବୁଝିବା ପାଇଁ ଏଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ କରୁଛି । ଯାହାର କାର୍ଯ୍ୟାଳୟ ଉଦଳା ଠାରେ ରହିଛି । ଟୁମକି ଜଣେ ମୁଣ୍ଡା ଜନଜାତିର ବିଧବା ମା’ ହୋଇଥିବା ବେଳେ ଉକ୍ତ ପ୍ରକଳ୍ପ ତାଙ୍କୁ କୌଣସି ସହଯୋଗ ନକରି କାହିଁକି ଚୁପ ମାରି ବସିଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ଘଟଣା ନେଇ ଗୋପବନ୍ଧୁ ନଗର ବିଡ଼ିଓ ପୃଥ୍ୱୀରାଜ ପରିଡା ଖୁବଶିଘ୍ର ଏହାର ସମାଧାନ କରିବି କହିଥିବା ବେଳେ ସରପଞ୍ଚ ଦୀପାଲି ସିଂ ଏ ଘଟଣା ବାବଦରେ କିଛି ଜାଣିନଥିବା ଜଣାପଡ଼ିଛି । ରାଜ୍ୟ ସରକାର ଏହାର ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱେଛାସେବୀ ଗଣ ଅନୁରୋଧ ଜଣାଇଛନ୍ତି ।

An 84 year old widow has not received her pension for 4 months: ୮୪ବର୍ଷ ବୟସ୍କ ବିଧବା ମା’ଙ୍କୁ ୪ମାସ ଭତ୍ତା ମିଳିନଥିବା ବେଳେ ୫ବର୍ଷ ଧରି ମିଳିନି ଚାଉଳ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Masaarmi demanding the immediate withdrawal of the increased bus fares: ବର୍ଦ୍ଧିତ ବସ୍ ଭଡ଼ା ତୁରନ୍ତ ପ୍ରତ୍ୟାହାର ଦାବିରେ ମାସାଆର୍ମୀର ସ୍ମାରକପତ୍ର