ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର ମାଲକାନଗିରି ବରଗଡ଼ ନବରଙ୍ଗପୁର

Nuapada Bear Attack: ନୂଆପଡା ଭାଲୁ ଆକ୍ରମଣରେ ଗୁରୁତର ଆହତ ଦୁଇ ଯୁବକଙ୍କୁ ମିଳିଲା ତୁରନ୍ତ ଚିକିତ୍ସା

Nuapada Bear Attack: ନୂଆପଡା ଭାଲୁ ଆକ୍ରମଣରେ ଗୁରୁତର ଆହତ ଦୁଇ ଯୁବକଙ୍କୁ ମିଳିଲା ତୁରନ୍ତ ଚିକିତ୍ସା – ସମୀକ୍ଷା ଖବର

ତେଜୁରାମ ନାଏକ / ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା/ସମୀକ୍ଷା ନ୍ୟୁଜ:

ନୂଆପଡ଼ା ତାରିଖ -21-11-2026 ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଦୁଇ ଯୁବକଙ୍କୁ ନୂଆପଡ଼ା ଜିଲ୍ଲା ପ୍ରଶାସନର ତ୍ୱରିତ ହସ୍ତକ୍ଷେପ ଯୋଗୁଁ ସଠିକ୍ ସମୟରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଇଛି। ସୂଚନା ଅନୁଯାୟୀ, କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଦେଓସିଲ ଗ୍ରାମର ଦେଓସିଂ ପହରିଆ ଓ ରାଜକୁମାର ପହରିଆ (ବୟସ ପ୍ରାୟ ୨୦-୨୫ ବର୍ଷ) ତିଖାଲି ଗ୍ରାମରେ ଏକ ବିବାହ ଭୋଜିରେ ଯୋଗଦେଇ ମୋଟରସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଜାମଗାଁ ଘାଟି ନିକଟରେ ଦୁଇଟି ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲେ। ଅଚାନକ ଘଟିଥିବା ଏହି ଆକ୍ରମଣରେ ଉଭୟ ଯୁବକ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଜିଲ୍ଲାପାଳ ଅନ୍ୟା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବା ସହ ବନ ବିଭାଗର କର୍ମଚାରୀଙ୍କ ସହଯୋଗରେ ଉଭୟ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉଭୟଙ୍କୁ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଇଛି। ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଜ଼ିଲ୍ଲା ପ୍ରଶାସନର ଏଭଳି ତ୍ୱରିତ ପ୍ରତିକ୍ରିୟା, ସମନ୍ୱୟ ଓ ମାନବିକତା ଦୁଇ ଆହତଙ୍କୁ ସମୟୋଚିତ ଚିକିତ୍ସା ଉପଲବ୍ଧ କରାଇବାରେ ସହାୟକ ହୋଇଛି। ବିଶେଷକରି ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତଦାରଖରେ ଜିଲ୍ଲା ପ୍ରଶାସନ ଓ ବନ ବିଭାଗର ମିଳିତ ଉଦ୍ୟମକୁ ସାଧାରଣରେ ସ୍ୱାଗତ କରାଯାଇଛି। ବିପଦ ସମୟରେ ଲୋକଙ୍କ ଜୀବନ ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାର ଏହା ଏକ ଉଲ୍ଲେଖନୀୟ ଉଦାହରଣ। ସମୟୋଚିତ ପଦକ୍ଷେପ ଯୋଗୁଁ ଦୁଇଟି ଅମୂଲ୍ୟ ଜୀବନ ରକ୍ଷା ପାଇପାରିଥିବାରୁ ଜିଲ୍ଲା ପ୍ରଶାସନର ଏହି ମାନବିକ ଓ ଦାୟିତ୍ୱପୂର୍ଣ୍ଣ ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Nuapada Bear Attack: ନୂଆପଡା ଭାଲୁ ଆକ୍ରମଣରେ ଗୁରୁତର ଆହତ ଦୁଇ ଯୁବକଙ୍କୁ ମିଳିଲା ତୁରନ୍ତ ଚିକିତ୍ସା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Keonjhar Viksit Bharat Youth Leadership: କେନ୍ଦୁଝରରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ୨୦୨୭ ଅନୁଷ୍ଠିତ