ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଧଉଳି:ନିଆରା ଗୁରୁ ଦିବସ ପାଳିଲେ ଶିଳ୍ପୀ ଛାତ୍ରଛାତ୍ରୀ,ଗୁରୁଙ୍କୁ ପୂଜିଲେ ଓ ଗୁରୁଙ୍କ ମହିମାକୁ ନେଇ ଆଙ୍କିଲେ ଚିତ୍ର

ଧଉଳି:ନିଆରା ଗୁରୁ ଦିବସ ପାଳିଲେ ଶିଳ୍ପୀ ଛାତ୍ରଛାତ୍ରୀ,ଗୁରୁଙ୍କୁ ପୂଜିଲେ ଓ ଗୁରୁଙ୍କ ମହିମାକୁ ନେଇ ଆଙ୍କିଲେ ଚିତ୍ର – ସମୀକ୍ଷା ଖବର

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:

ଭୁବନେଶ୍ୱର,୦୫/୦୯/୨୬ – ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଶିଳ୍ପୀ ଛାତ୍ରଛାତ୍ରୀମାନେ ନିଆରା ଢଙ୍ଗରେ ପାଳନ କରୁଛନ୍ତି ଗୁରୁ ଦିବସ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ଓ ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ, ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା,ସୁବାସ ଚନ୍ଦ୍ର ମୁଦୁଲି ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ଏକ ଚିତ୍ର ଓ ଭାସ୍କର୍ଯ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ।

ଧଉଳି:ନିଆରା ଗୁରୁ ଦିବସ ପାଳିଲେ ଶିଳ୍ପୀ ଛାତ୍ରଛାତ୍ରୀ,ଗୁରୁଙ୍କୁ ପୂଜିଲେ ଓ ଗୁରୁଙ୍କ ମହିମାକୁ ନେଇ ଆଙ୍କିଲେ ଚିତ୍ର – ସମୀକ୍ଷା

ପରେ ଛାତ୍ରଛାତ୍ରୀ ସମସ୍ତ ଗୁରୁମାନଙ୍କ ବନ୍ଦନା ପୂର୍ବକ ଗୁରୁ ପୂଜନ କରିଥିଲେ।ଉକ୍ତ ଶିବିରରେ ଛାତ୍ରଛାତ୍ରୀମାନେ ଗୁରୁଙ୍କ ମହିମା ,ଆମ ସଂସ୍କୃତିରେ ଗୁରୁ ,ସମାଜ ଗଠନରେ ଗୁରୁଙ୍କ ଭୂମିକା ଏବଂ ଗୁରୁ ଦିବସର କଥାବସ୍ତୁକୁ ନେଇ ସୁନ୍ଦର ସୁନ୍ଦର ଚିତ୍ର ଗୁଡ଼ିକ ଅଙ୍କନ କରିଥିଲେ।ଅତିଥି ମାନେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଙ୍କିତ ଚିତ୍ରର ଭୂୟସୀ ପ୍ରଶଂସା କରିବା ସହିତ ପ୍ରତ୍ୟେକ ଛାତ୍ର ଗୁରୁଙ୍କ ମାର୍ଗ ଦର୍ଶନରେ କାର୍ଯ୍ୟ କଲେ ନିଶ୍ଚିତ ଭାବେ ସଫଳତା ଲାଭ କରିବେ ବୋଲି ମତ ପ୍ରକାଶ କରିଥିଲେ।ଏହି ଅବସରରେ ଲକ୍ଷ୍ମୀଧର ସ୍ୱାଇଁ,ବସନ୍ତ ପ୍ରଧାନ ଓ ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ କଳାକୃତି ଗୁଡ଼ିକୁ ଅବଲୋକନ କରିଥିଲେ।

ଧଉଳି:ନିଆରା ଗୁରୁ ଦିବସ ପାଳିଲେ ଶିଳ୍ପୀ ଛାତ୍ରଛାତ୍ରୀ,ଗୁରୁଙ୍କୁ ପୂଜିଲେ ଓ ଗୁରୁଙ୍କ ମହିମାକୁ ନେଇ ଆଙ୍କିଲେ ଚିତ୍ର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କାଲୁର ପାଟି ଫିଟେନି ;କଷ୍ଟ ଜାଣିଲା ମାନଵୀକତା