ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଧଉଳି:ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ବୁଲିଲେ ଚାରୁକଳା ମହାବିଦ୍ୟାଳୟ

ଧଉଳି:ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ବୁଲିଲେ ଚାରୁକଳା ମହାବିଦ୍ୟାଳୟ – ସମୀକ୍ଷା ଖବର

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:

ପାରମ୍ପରିକଠାରୁ ଆଧୁନିକ ଚିତ୍ର ଓ ଭାସ୍କର୍ଯ୍ୟ ବିଷୟରେ ପଚାରି ବୁଝିଲେ ଛାତ୍ରଛାତ୍ରୀ । ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟର ବିଭିନ୍ନ ବିଭାଗର କଳାକୃତିକୁ ପରିଭ୍ରମଣ କରିଥିଲେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନୋ.- ୫ ର ଛାତ୍ରଛାତ୍ରୀମାନେ।ଏହି ଅବସରରେ ଭାସ୍କର୍ଯ୍ୟ ବିଭାଗରେ ଟେରାକୋଟା,ପଥର ଖୋଦେଇ, ସେରାମିକ୍ସ ଓ ଆଧୁନିକ ଭାସ୍କର୍ଯ୍ୟ ବୁଲି ଦେଖିବସହ ଚିତ୍ରକଳା ବିଭାଗର ସମସାମୟିକ ଚିତ୍ର ତଥା ପାରମ୍ପରିକ ପଟ୍ଟଚିତ୍ର,ଜଳରଙ୍ଗ ଚିତ୍ର ଓ ତୈଳଚିତ୍ର ବୁଲି ଦେଖିବାସହ ସେ ସମ୍ପର୍କରେ ପଚାରି ବୁଝିଥିଲେ।ସେହିପରି ମୁଦ୍ରଣ କଳା ଓ ବ୍ୟବହାରିକ କଳା ବିଭାଗର ଚିତ୍ର ଶୈଳୀକୁ ଛାତ୍ରଛାତ୍ରୀମାନେ ଅବଲୋକନ କରିଥିଲେ।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପଞ୍ଚାନନ ସାମଲ ଓ ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ, ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା,ରାମଶଙ୍କର ସାହୁ ପ୍ରମୁଖ କଳାର ବିଭିନ୍ନ ବିଭାଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ।ଶିବ ପ୍ରସାଦ ସାହୁ,ମଧୁସ୍ମିତା ଦାସ,ଶଶାଙ୍କ ଶେଖର ପୂଜାହାରୀ ଓ ଲକ୍ଷ୍ମୀଧର ସ୍ବାଇଁ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଧଉଳି:ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ବୁଲିଲେ ଚାରୁକଳା ମହାବିଦ୍ୟାଳୟ – ସମୀକ୍ଷା

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଧଉଳି:ନିଆରା ଗୁରୁ ଦିବସ ପାଳିଲେ ଶିଳ୍ପୀ ଛାତ୍ରଛାତ୍ରୀ,ଗୁରୁଙ୍କୁ ପୂଜିଲେ ଓ ଗୁରୁଙ୍କ ମହିମାକୁ ନେଇ ଆଙ୍କିଲେ ଚିତ୍ର