ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ସ୍ୱତନ୍ତ୍ର ସଘନ ସଂଶୋଧନ –୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ସ୍ୱତନ୍ତ୍ର ସଘନ ସଂଶୋଧନ –୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ – ସମୀକ୍ଷା ଖବର


ବିଜ୍ଞାନ କୁମାର ବିଶ୍ୱାଳ/ କଟକ ସିଟି ରିପୋର୍ଟର/ ସମୀକ୍ଷା ନ୍ୟୂଜ:

କଟକ, ତା ୨୧.୦୯.୨୦୨୬ ରିଖ – ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )– ୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି ଯେ ଚୂଡ଼ାନ୍ତ ଭୋଟର ତାଲିକାରେ କଟକ ଜିଲ୍ଲାର ମୋଟ ୧୯, ୫୨,୬୩୦ ଜଣ ଭୋଟରଙ୍କ ନାମ ସ୍ଥାନ ପାଇଛି । ଏଥିରେ ପୁରୁଷ, ମହିଳା ଓ ତୃତୀୟ ଲିଙ୍ଗର ଭୋଟରମାନେ ଅନ୍ତର୍ଭୁକ୍ତ ଅଛନ୍ତି । ପୁରୁଷ ଭୋଟର ୧୦,୧୧,୮୧୪ ଜଣ ,ମହିଳା ଭୋଟର ୯,୪୦,୬୫୬ଜଣ ଓ ତୃତୀୟ ଲିଙ୍ଗ ୧୮୦ ଜଣ ଭୋଟର ରହିଛନ୍ତି । ଜିଲ୍ଲାରେ ଲିଙ୍ଗ ଅନୁପାତ ୯୩୦ ରହିଛି । ଚିଠା ଭୋଟର ତାଲିକାରେ ମୋଟ ୧୯,୩୦,୬୧୫ ଜଣ ଭୋଟର ଥିଲେ ।

ସ୍ୱତନ୍ତ୍ର ସଘନ ସଂଶୋଧନ –୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ – ସମୀକ୍ଷା

ଦାବି ଓ ଆପତ୍ତି ଅବଧିରେ ୨୫,୦୨୦ ଜଣ ଭୋଟରଙ୍କୁ ନୂତନ ଭାବେ ତାଲିକାରେ ସାମିଲ କରାଯାଇଥିବାବେଳେ ୩,୦୦୫ ଜଣଙ୍କ ନାମ ବାଦ ଦିଆଯାଇଛି । ବାଦ ଦିଆଯାଇଥିବା ନାମଗୁଡ଼ିକ ମଧ୍ୟରେ ମୃତ,ସ୍ଥାନାନ୍ତରିତ ଓ ଡୁପ୍ଲିକେଟ ଭୋଟରଙ୍କ ନାମ ରହିଛି । ଦାବି ଓ ଆପତ୍ତି ଅବଧିରେ ଫର୍ମ–୬, ଫର୍ମ–୭ ଓ ଫର୍ମ–୮ ମାଧ୍ୟମରେ ଯଥାକ୍ରମେ ୨୨,୩୭୨ଟି , ୫,୯୮୯ଟି , ଓ ୧୦,୫୬୪ଟି ଆବେଦନ ଗ୍ରହଣ କରାଯାଇଥିଲା । ପ୍ରାପ୍ତ ଆବେଦନଗୁଡ଼ିକର ନିୟମାନୁସାରେ ଯାଞ୍ଚ କରାଯାଇ ଯଥାକ୍ରମେ ୧୬୪୦,୨୮୩୮ ଓ ୧୪୩୪ଟି ଭୋଟରଙ୍କ ନାମ ବାଦ ଦିଆଯାଇଛି । ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)ଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ସଂକ୍ରାନ୍ତରେ କୌଣସି ଅଭିଯୋଗ ଥିଲେ ଜିଲ୍ଲାପାଳଙ୍କ ନିକଟରେ ଅପିଲ୍ କରିବାର ବ୍ୟବସ୍ଥା ରହିଛି । ଏହା Representation of the people act ,୧୯୫୦ର ଧାରା ୨୪(କ) ଅନୁଯାୟୀ ହୋଇଥାଏ । ସେହିପରି, ଧାରା ୨୪(ଖ) ଅନୁଯାୟୀ ଜିଲ୍ଲାପାଳଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ କୌଣସି ଅଭିଯୋଗ ଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ (CEO), ଓଡ଼ିଶାଙ୍କ ନିକଟରେ ଦ୍ୱିତୀୟ ଅପିଲ୍ କରିବାର ବ୍ୟବସ୍ଥା ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସ୍ୱତନ୍ତ୍ର ସଘନ ସଂଶୋଧନ –୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ – ସମୀକ୍ଷା

ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକା ନେଇ କୌଣସି ଅଭିଯୋଗ ଥିଲେ ଜିଲ୍ଲାପାଳଙ୍କ ନିକଟରେ ଅପିଲ କରିପାରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ରାଜନୈତିକ ଦଳଗୁଡିକର ପ୍ରତିନିଧିଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ତଥା ସାଲେପୁର ନିର୍ବାଚନ ପଂଜିକରଣ ଅଧିକାରୀ ଡ଼ଃ ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ କଟକ ସଦର ନିର୍ବାଚନ ପଂଜିକରଣ ଅଧିକାରୀ, ଶ୍ରୀ କମଲଜିତ୍ ଦାସ , ଉପଜିଲ୍ଲାପାଳ କଟକସଦର ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ବାଙ୍କୀ ଉପଜିଲ୍ଲାପାଳ ଶ୍ରୀମତୀ ମନସ୍ଵିନୀ ଦାସ, ଅତିରିକ୍ତ ଉପଜିଲ୍ଲାପାଳ, ଶ୍ରୀ ଦେବାଶିଷ ମହାପାତ୍ର, କଟକ ମହାନଗର ନିଗମ ଅତିରିକ୍ତ ଆୟୁକ୍ତ ସୋନା ଟୁଡୁ ଏବଂ, ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀମତୀ ଅମ୍ଳାନ ଅପରାଜିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ୱତନ୍ତ୍ର ସଘନ ସଂଶୋଧନ –୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବିଜେପି କଟକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ